ପଧାନପଡା ସମିତିରେ ଅତିରିକ୍ତ ଧାନ ମଣ୍ଡି ଉଦ୍ଘାଟିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ବନ୍ତ ଶାଖା ଅଧିନ ପଧାନପଡା ସେବା ସମବାୟ ସମିତିରେ ପଧାନପଡା ଗ୍ରାମ ପଞ୍ଚାୟତସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଅତିରିକ୍ତ ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଛି । ପୂଜକ ଭଗବାନ ପତିଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇ ମଣ୍ଡି ଉଦ୍ଘାଟନ କରାଯାଇଥିଲା । ସମିତିର ସଭାପତି ସେକ୍ କଦମଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପରିଚାଳନା ପରିଷଦର ସଭ୍ୟ ଉଚ୍ଛବ ଚରଣ ଜେନା, ହରେକୃଷ୍ଣ ଜେନା, ବିରଞ୍ôଚ ନାରାୟଣ ସାହୁ, ମନ୍ସୁର ଅଲ୍ଲୀ, ପ୍ରତାପ ମୁଦୁଲୀ, ଚାଷୀ କମିଟିର ସଭ୍ୟ ହରି ନାରାୟଣ ମହାନ୍ତି, ଅଜୟ କୁମାର ବେହେରା, ରାହୁଲ ଅମିନ୍ ସିଦ୍ଧିକ୍, ସେକ୍ ସବୀର ଅଲ୍ଲୀ, ପୂର୍ବତନ ସରପଞ୍ଚ ମୁସ୍ତାକ୍ ଅଲ୍ଲୀ ଖାଁ, ସେକ୍ ଜଲାଲଉଦ୍ଦୀନ, ସେକ୍ ୟାକତ୍ ଅଲ୍ଲୀ, ଶରତ ଚନ୍ଦ୍ର ଖିଲାର, ଚାଇଁପୁର ସମିତିର ସଭାପତି ଅଜୟ କୁମାର ନାୟକ, ଚାଷୀ ସେକ୍ ଆକବର ଅଲ୍ଲୀ, ସୁଧାଂଶୁ ସେଠୀ, ମୀର ହାସିମ୍, ଇନ୍ଦ୍ରମଣି ସାହୁ, ଶତୃଘ୍ନ ପଣ୍ଡା, ସଂଦୀପ ଖିଲାର, ଗୟାଧର ସେଠୀ, ସହ ସଂପାଦକ ସେକ୍ ଗୋଲାମ, ଡି.ଇ.ଓ ଅନୀଲ କୁମାର ପାତ୍ର, କର୍ମଚାରୀ ପରେଶ କୁମାର ନାୟକ ଉପସ୍ଥିତ ଥିଲେ । ଏହି ମଣ୍ଡି ଖୋଲା ଯିବା ଫଳରେ ପଧାନପଡା ପଞ୍ଚାୟତ ସମେତ ଓ ବନ୍ତ ପଞ୍ଚାୟତର ଆଂଶିକ ଗ୍ରାମର ଚାଷୀ ମାନେ ଉପକୃତ ହେବେ ବୋଲି ଜଣାଯାଇଛି ।


