ପଧାନପଡା ସମିତିରେ ଧାନ ସଂଗ୍ରହ କମିଟିର ବୈଠକ
ବନ୍ତ, (ଚାନ୍ଦିନୀ ମହାନ୍ତି):ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ବନ୍ତ ଶାଖା ଅଧିନ ପଧାନପଡା ସେବା ସମବାୟ ସମିତି ପରିସରରେ ଆଜି ଧାନ ସଂଗ୍ରହ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ସେକ୍ କଦମ୍ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ନାରାୟଣ ଚନ୍ଦ୍ର ସାହୁ, ଚାଷୀ କମିଟିର ସଭ୍ୟ ଅଶୋକ କୁମାର ମହାନ୍ତି, ହରି ନାରାୟଣ ମହାନ୍ତି, ଅଜୟ ବେହେରା, ଅନନ୍ତ ଦାସ, ରାହୁଲ ଅମିନ୍ ସିଦ୍ଧିକ୍, ସବୀର୍ ଅଲ୍ଲୀ ଉପସ୍ଥିତ ଥିଲେ । ଚଳିତ ଖରିଫ ଋତୁରେ ୧୧୯୮ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ଠାରୁ କିପରି ସଠିକ୍ ଭାବେ ଧାନକ୍ରୟ କରାଯାଇପାରିବ, ମଣ୍ଡିକୁ ଯଥା ସମୟରେ ମିଲର ଗାଡି ପଠାଇ ଧାନ ଉଠାଇବା ଉପରେ ଆଲୋଚନା ହୋଇଥିଲା । ସେହିପରି ଚାଷୀ ମାନଙ୍କ ସୁବିଧା ନିମନ୍ତେ ଏକ ଅତିରିକ୍ତ ମଣ୍ଡି ଖୋଲିବା ନେଇ ଆଲୋଚନା ହୋଇଥିଲା ।