ପନ୍ତୁରୀ ବିଜୁସେତୁ ଠିକାଦାରଙ୍କ ଆକ୍ରମଣ ଘଟଣା : ପୀଡିତ ଜମିମାଲିକ ଜିଲ୍ଲାପାଳଙ୍କ ଦ୍ୱାରସ୍ତ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଏଣ୍ଡର ମୈାଜାର ଗୋବରୀ ନଦୀ ଉପରେ ନିର୍ମାଣାଧିନ ବିଜୁସେତୁ ପାଇଁ ଠିକାଦାର ଧାର୍ଯ୍ୟ ଜମି ଠାରୁ ଅଧିକ ଜମି ଯୋରଜବରଦସ୍ତ ଦଖଲ କରି ନିର୍ମାଣ କାର୍ଯ୍ୟ କରୁଥିବାରୁ ଏନେଇ ବିବାଦ ସୃଷ୍ଟି ହୋଇଛି । ସଂପୃକ୍ତ ଠିକାଦାରଙ୍କ ଇସାରାରେ ତାଙ୍କ କର୍ମଚାରୀମାନେ ନିରୀହ ଜମିହରାଙ୍କୁ ଆକ୍ରମଣ କରିବା ସହ ହତ୍ୟା ଧମକ ଦେଇଥିବା ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ସେହି ବିଜୁସେତୁ ନିର୍ମାଣ ସହ ସଂଲଗ୍ନ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଜମି ମାଲିକ ଦିବାକର ଲେଙ୍କାଙ୍କ ଯଥାକ୍ରମେ ୩୨ଶହ ବର୍ଗକଡି ଓ ୪୫୦ ବର୍ଗକଡି ଏଭଳି ମୋଟ ୩୬୫୦ ବର୍ଗକଡି ଜମି ଅଧିଗ୍ରହଣ କରାଯାଇଛି । କିନ୍ତୁ ଏବେ ସେହି ଜମିଠାରୁ ଅଧିକ ଜମିକୁ ଠିକାଦାର ଜବରଦସ୍ତ ଅଧିଗ୍ରହଣ କରିବା ଦେଖିବାକୁ ପାଇ ଦିବାକର ତାର ପ୍ରତିବାଦ କରିବାରେ ଠିକାଦାରଙ୍କ କର୍ମଚାରୀ ଦିଲ୍ଲିପ, ଚଗଲା, ସନ୍ତୋଷ ଓ ପ୍ରଶାନ୍ତ ମିଶି ତାଙ୍କୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗ କରିଛନ୍ତି ଦିବାକର । ଜେସିବି ଅପରେଟର ପ୍ରଶାନ୍ତ ଓ ଅନ୍ୟମାନେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଦିବାକର ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହି ଘଟଣାର ତଦନ୍ତ କରିବାକୁ କେନ୍ଦ୍ରାପଡା ତହସିଲଦାରଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦେଶ ଦେବା ସହ ଅଧିକ ଜମି ଅଧିଗ୍ରହଣ ହୋଇଥିଲେ ତାର କ୍ଷତିପୁରଣ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଥିବା ଦିବାକର କହିଛନ୍ତି । ତେବେ ବିଜୁସେତୁକୁ କେନ୍ଦ୍ରାପଡାବାସୀ ସ୍ୱାଗତ କରୁଥିବା ବେଳେ ସଂପୃକ୍ତ ଠିକାଦାରଙ୍କ ଦବଙ୍ଗଗିରିକୁ ନେଇ ଜନଅସନ୍ତୋଷ ଦେଖାଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ