ପନ୍ଦରା ସମାଜର କର୍ମକର୍ତ୍ତା ନିର୍ବାଚନ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ନିଖିଳ ଓଡ଼ିଶା ପନ୍ଦରା ସମାଜ ବଡ଼ଖେମୁଣ୍ଡି ତାଲୁକା ଶାଖା ର କର୍ମକର୍ତ୍ତା ନିର୍ବାଚନ ରବିବାର ଅନୁଷ୍ଠିତ ହୋଇଯାଇଛି।ଦିଗପହଣ୍ଡି ଗୁପ୍ତେଶ୍ୱର ଶୈବପୀଠ ପରିସରରେ ଆୟୋଜିତ ସଭାରେ ନିର୍ବାଚନ ଅଧିକାରୀ  ଜଗନ୍ନାଥ ବାଡ଼ତ୍ୟା ଅଧ୍ୟକ୍ଷତା କରିଥିଲେ। ସମାଜର ସାଙ୍ଗଠନିକ ଅଭିବୃଦ୍ଧି ନିମନ୍ତେ ସଭାରେ ବିସ୍ତୃତ ଆଲୋଚନା କରାଯାଇ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିଲା। ସାଙ୍ଗଠନିକ ପୁନର୍ବିନ୍ୟାସ ନିମନ୍ତେ ଆଗତ ପ୍ରସ୍ତାବ କୁ ସଭାରେ ଅନୁମୋଦନ କରାଯିବା ପରେ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସମାଜର ତାଲୁକା ସଭାପତି ରୂପେ କାହ୍ନୁ ଚରଣ ବାଡ଼ତ୍ୟା,ଉପସଭାପତି – ଭଗବାନ ବାଡ଼ତ୍ୟା,ସମ୍ପାଦକ – ଚନ୍ଦ୍ରଶେଖର ବାଡ଼ତ୍ୟା,ସହ ସମ୍ପାଦକ – ସିମାଞ୍ଚଳ ବାଡ଼ତ୍ୟା,କୋଷାଧ୍ୟକ୍ଷ – କୈଳାସ ଚନ୍ଦ୍ର ବାଡ଼ତ୍ୟା ଏବଂ ସଙ୍ଗଠନ ସଭ୍ୟ ରୂପେ ସୂର୍ଯ୍ୟନାରାୟଣ ବାଡ଼ତ୍ୟା ଙ୍କୁ ସର୍ବସମ୍ମତ କ୍ରମେ ନିର୍ବାଚିତ କରାଯାଇଥିଲା। ଉପଦେଷ୍ଟା ଭାବେ ସାହେବ ବାଡ଼ତ୍ୟା,ରାଜେନ୍ଦ୍ର ଭଲଭାଇ,ଭଗବାନ ବାଡ଼ତ୍ୟା,ସନ୍ତୋଷ କୁମାର ବାଡ଼ତ୍ୟା,ଭୀମସେନ ବାଡ଼ତ୍ୟା,ବାଳକୃଷ୍ଣ ବାଡ଼ତ୍ୟା,ରାଜେନ୍ଦ୍ର ବାଡ଼ତ୍ୟା ଙ୍କୁ ମନୋନୀତ କରାଯାଇଥିଲା।ଶେଷରେ ନାରୀ ସଙ୍ଗଠନ ର ସଭାନେତ୍ରୀ ଭାବେ ସବିତା ବାଡ଼ତ୍ୟା,ଉପ ସଭାନେତ୍ରୀ – ସସ୍ମିତା ବେହେରା,ସମ୍ପାଦିକା – ଗାୟତ୍ରୀ ବାଡ଼ତ୍ୟା ,ସହ ସମ୍ପାଦିକା ଭାବେ ଗୀତାଞ୍ଜଳୀ ବାଡ଼ତ୍ୟା ଙ୍କୁ ଚୟନ କରାଯାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ