ପନ୍ଦାଡୋ ପଞ୍ଚାୟତରେ ଅନିୟମିତତା ଅଭିଯୋଗର ତଦନ୍ତ କଲେ ବିଡିଓ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ପନ୍ଦାଡୋ ପଞ୍ଚାୟତରେ ଅନେକ ଉନ୍ନୟନ ମୁଳକ କାର୍ଯ୍ୟରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହେବାପରେ ବିଡିଓ ବିନିତା ବିଜୟିନୀ, ସହକାରୀଯନ୍ତ୍ରୀ ଓ ଏପିଓ ଙ୍କ ଦ୍ୱାରା ତଦନ୍ତ ଆରମ୍ଭ କରାଯାଇଛି । ବିୋଷକରି ନିର୍ମାଣ କରାଯାଇଥିବା ଏକ ରାସ୍ତା ନିମ୍ନମାନର ଓ ବଣିଆଯୋଡି ଗାଁରେ ୫ଲକ୍ଷ ଟଙ୍କା ବ୍ୟୟରେ ପୋଖରୀର ନବୀକରଣ କାର୍ଯ୍ୟ ଠିକ ହୋଇନଥିବା ଅଭିଯୋଗ ହୋଇଥିଲା । ଦୁଇବର୍ଷ ହେଲା ପୋଖରୀ ନିର୍ମାଣ ହୋଇଥିଲେ ମଧ୍ୟ ତାହାର କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇ ନଥିବାବେଳେ ଡିସପ୍ଲେ ବୋର୍ଡ ମଧ୍ୟ ଲେଖା ଯାଇନଥିବା ଅଧିକାରୀ ମାନେ ଦେଖିବାକୁ ପାଇଥିଲେ । ପୋଖରୀରେ ଆଦୌ ପାଣି ନଥିବାରୁ ଗ୍ରାମବାସୀମାନେ ପୋଖରୀକୁ ବ୍ୟବହାର କରି ପାରୁନଥିବାରୁ ନାନା ଅସୁବିଧା ଭୋଗ କରୁଛନ୍ତି ବୋଲି ଅଧିକାରୀ ମାନଙ୍କୁ କହିଥିଲେ । ଏହି ତଦନ୍ତ ବେଳେ ସରପଞ୍ଚ ସଶ୍ମିତା ଓଝା, ନିକୁଞ୍ଜ ବିହାରୀ ଓଝା, ବିଶ୍ୱନାଥ ଜେନାଙ୍କ ସମେତ ଅନେକ ଗ୍ରାମବାସୀ ମଧ୍ୟ ଉପସ୍ଥିତ ଥିଲେ ।


