ପବଜୀ ଗେମ ନିଶାରେ ଏସିଡ୍ ପିଇଲେ ଯୁବକ
ସମଗ୍ର ଦେଶରେ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଅନଲାଇନରେ ଖେଳା ଯାଉଥିବା ଗେମ ଗୁଡିକର ଲୋକପ୍ରିୟତା ଦେଖିବାକୁ ମିଳିଛି । ଗେମ୍ ଗୁଡିକ ମଧ୍ୟରୁ ମଲଟିପ୍ଲେୟାର ଗେମ୍ ପବଜୀ ଅନେକ ଦିନ ହେଲା ଖୁବ ଲୋକ ପ୍ରିୟ ହୋଇଛି । ବିଭିନ୍ନ ସମୟରେ ଏହି ଗେମ୍ ପାଇଁ ଲୋକ ମାନେ ଆତ୍ମହତ୍ୟା କରିଥିଲେ ଏହା ପରେ ଏହି ଗେମକୁ ଜାମ୍ମୁ-କାଶ୍ମୀର ସରକାର ଏହି ଗେମକୁ ରୋକ ଲଗାଇଛନ୍ତି ।ନିକଟରେ ଜାମ୍ମୁର ଏକ ଯୁବକ ପବଜୀ ଗେମ୍ ନିଶାରେ ପାଣି ବଦଳରେ ଜଣେ ଯୁବକ ଏସିଡ୍ ପାନ କରିଦେଇଛନ୍ତି ।ଏହା ପରେ ଯୁବକଙ୍କୁ ସଂଙ୍ଗେ ସଂଙ୍ଗେ ମେଡିକାଲରେ ଭର୍ତ୍ତି କରାଯାଇଛି ସେଠାରେ ଗଳା ଅପରେସନ ହେବା ପରେ ଯୁବକ ବର୍ତ୍ତି ପାରିଛନ୍ତି । ପବଜୀ ମାମଲା ଏ ଗୋଟିଏ ଘଟଣା ନୁହେଁ । ଏହି ଗେମ ପାଇଁ ମୁମ୍ବାଇର ଜଣେ ୧୮ ବର୍ଷ ବୟଷ୍କା ଆତ୍ମହତ୍ୟା କରିଥିଲେ । ଏହି ଘଟଣା ଉପରେ ପିତା ମାତା ନିଜର ସନ୍ତାନ ଉପରେ ନଜର ରଖିବା ଆବଶ୍ୟକ ଓ ଏହି ଭଳି ଗେମ୍ ଠାରୁ ଦୂରେଇ ରହିବାକୁ ପଡିବ ନଚେତ ଅକାଳରେ ଗେମ୍ ନିଶାରେ କେତେ ଜଣଙ୍କ ଜୀବନ ଚାଲିଯିବ ଏହାର କଳନା ନାହିଁ ।


