ପବନରେ ଗଛପଡି ୧ ମୃତ : ୪ ଗୁରୁତର
କଳାହାଣ୍ଡି , (ଯୁଗାବ୍ଦ ନ୍ୟୁଜ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଘୋଟିଆ ଗ୍ରାମରେ ରବିବାର ଅପରାହ୍ନରେ ଏକ ଦୁଖଦ ଘଟଣା ଘଟିଛି । ପ୍ରବଳ ଗତିରେ ପବନ ବହିବା ପରେ ଆମ୍ଭ ଗୋଟାଇବାକୁ କିଛି ଜଣ ଆମ୍ଭତୋଟାକୁ ଯାଇଥିଲେ । ଏହି ସମୟରେ ଆମ୍ବଗଛ ଏକ ଭାଙ୍ଗିଯିବାରୁ ଗଛ ଚାପାରେ ଜଣେ ବାଳକଙ୍କ ମୃତ ହୋଇଥିବା ବେଳେ ,୨ ଜଣ ନାବାଳିକ ,ଜଣେ ବୃଦ୍ଧ , ଓ ଜଣେ ମହିଳା ଗୁରୁତର ଆହାତ ହୋଇଛନ୍ତି । ସମସ୍ତ ଆହାତ ମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଛି । ମୃତକ ଛାତ୍ରଙ୍କ ପରିଚୟ କମଳିନୀ ଛାତ୍ର ୧୩ ବର୍ଷ ବୋଲି ଜଣାପଡିଛି ।