ପବନରେ ଚାଲିବ ବାଇକ୍‌

ଧୀରେ ଧୀରେ ବିଶ୍ବରୁ ଖଣିଜ ତୈଳ ଶେଷ ହେବାରେ ଲାଗିଛି। ତେଣୁ ଏହାର ବିକଳ୍ପ ଖୋଜିବା ଲାଗି ଗବେଷକମାନେ ଚେଷ୍ଟା ଚଳାଇଛନ୍ତି। ଆପଣ ଏଯାବତ ପେଟ୍ରୋଲ ଓ ବ୍ୟାଟେରି ଚାଳିତ ବାଇକ୍‌ ଦେଖିଛନ୍ତି। କିନ୍ତୁ କେବେ ପବନ ଚାଳିତ ବାଇକ ଦେଖିଛନ୍ତି କି ? ଆପଣ ଭାବୁ ଥାଇ ପାରନ୍ତି କି ପବନରେ କିପରି ବାଇକ୍‌ ଚାଲି ପାରିବ? ଏହାକୁ ବାସ୍ତବ ରୂପ ଦେଇଛନ୍ତି ଉତ୍ତରାଖଣ୍ଡର ଜଣେ ଷଷ୍ଠଶ୍ରେଣୀ ଛାତ୍ର। ଏହି ଛାତ୍ର ପବନରେ ବି ବାଇକ୍‌ ଚାଲି ପାରିବ ବୋଲି ଦାବି କରିଛନ୍ତି।

ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ୍‌ରେ ଉଦ୍ୱୈତ ଷଷ୍ଠଶ୍ରେଣୀରେ ପାଠପଢ଼ନ୍ତି। ୧୧ବର୍ଷର ଉଦ୍ୱୈତ ପବନ ଚାଳିତ ବାଇକ୍‌କୁ ପ୍ରଧାନମନ୍ତ୍ରୀଙ୍କୁ ସମର୍ପିତ କରି ଏହାକୁ ସ୍ୱଚ୍ଛ ଭାରତ ଅଭିଯାନକୁ ଏକ ଛୋଟିଆ ଯୋଗଦାନ ବୋଲି କହିଛନ୍ତି। ଉଦ୍ୱୈତ ପବନ ଚାଳିତ ବାଇକ୍‌କୁ ନେଇ କହିଛନ୍ତି, ଦେଶରେ ପ୍ରଦୂଷଣ ବୃଦ୍ଧିର ଏକ କାରଣ ବି ଅଧିକ ସଂଖ୍ୟକ ବାଇକ। ତେଣୁ ଏଭଳି ବାଇକ୍‌ ଦେଶରେ ପ୍ରଦୂଷଣସ୍ତରକୁ କିଛି ମାତ୍ରାରେ କମ୍‌ କରି ପାରିବ। ଏଭଳି ଚିନ୍ତାଧାରା କେଉଁଠୁ ପାଇଲେ ବୋଲି ପ୍ରଶ୍ନ କରିବାରୁ ସେ କହିଥିଲେ ଏହା ପଛରେ ଏକ କାହାଣୀ ରହିଛି। ଉଦ୍ୱୈତ କହିଥିଲେ କି, ଦିନ ସେ ତାଙ୍କ ଭାଇଙ୍କ ସହିତ ବେଲୁନ୍‌ ଫୁଲାଉଥିଲେ। ବେଲୁନ୍‌ ଫୁଲାଉ ଥିବା ସମୟରେ ତାହା ହାତରୁ ପଡ଼ି କିଛି ବାଟ ଉଡ଼ି ଯାଇଥିଲା। ଏହି ଦୃଶ୍ୟ ଦେଖି ଉଦ୍ୱୈତ ଚିନ୍ତା କରିଥିଲେ କି ଯଦି ପବନରେ ବେଲୁନ୍‌ ଦୌଡ଼ି ଦୌଡ଼ି ଚାଲି ଯାଉଛି ବାଇକ ବି ତ ଏମିତି ଦୌଡ଼ି ପାରିବ। ନିଜ ପିତାଙ୍କୁ ଏ ବିଷୟରେ ଜଣାଇଥିଲେ। ଏହାପରେ ଏହି ପବନ ଚାଳିତ ବାଇକ ଉପରେ କାମ ଆରମ୍ଭ କରି ଦେଇଥିଲେ। ଡେମୋ ସଫଳ ହେବା ପରେ ସେ ପବନ ଚାଳିତ ବାଇକ୍‌ ତିଆରି କରିଥିଲେ। ଏହି ବାଇକ୍‌ର ବିଶେଷତ୍ୱ ହେଉଛି ଏହାର ଦୁଇଟି ପାର୍ଶ୍ୱରେ ଗ୍ୟାସ୍‌ ଟ୍ୟାଙ୍କ ଲାଗିଛି। ଏହାଦ୍ୱାରା ବାୟୁ ପ୍ରଦୂଷଣ କି ଶବ୍ଦ ପ୍ରଦୂଷଣ ବି ହେବ ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ