ପବନରେ ଭାଙ୍ଗିଲା ୧୦୦ ଫୁଟ ଉଚ୍ଚତାର ତ୍ରିରଙ୍ଗା
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବର୍ଷା ଓ ପବନ ଫଳରେ ଗତ ବେଲଗୁଣ୍ଠା ସହରରେ ଜାନୁଆରୀ ୨୫ ତାରିଖରେ ଉଦ୍ଘାଟନ ହୋଇଥିବା ୧୦୦ ଫୁଟ ଉଚ୍ଚତାର ତ୍ରିରଙ୍ଗା ଉପଡିପଡି ତଳେ ପଡିଯାଇଛି । ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନ ସମୟରେ ବେଲଗୁଣ୍ଠା ସହରରେ ପବନ ବର୍ଷା ହୋଇଥିଲା ।ଯାହା ଫଳରେ କି ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କlଯ୍ୟାଳୟ ଆଗରେ ଦୁଇ ମାସ ତଳେ ସ୍ଥାପିତ ହୋଇଥିବା ୧୦୦ ଫୁଟ ଉଚ୍ଚତାର ତ୍ରିରଙ୍ଗା ପତାକାଟି ମୁଳରୁ ଉପୁଡ଼ି ଯାଇ ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍ ଛାତ ଉପରେ ପଡ଼ିଯାଇଥିଲା ।ଏହା ଫଳରେ କେହି ଆହତ ହୋଇ ନ ଥିବା ଜଣାପଡିଛି । ତଳର ନଟ୍ ଢିଲା ହୋଇଯାଇଥିବା ଯୋଗୁଁ ଏହା ମୂଳରୁ ବାହାରି ଯାଇଛି ବୋଲି ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ପ୍ରକାଶ କରିଛନ୍ତି ।ପୋଲ୍ କୁ କଙ୍କ୍ରିଟ୍ ସହିତ ସଂଯୋଗ କରୁଥିବା ନଟ୍ ଟି କେମିତି ଢିଲା ହେଲା ନା କିଏ ଏହାକୁ ଜାଣିଶୁଣି ଢିଲା କରିଛନ୍ତି ସେ ନେଇ ତଦନ୍ତ କରି ଏଫ୍ ଆଇ ଆର୍ କରିଥିବା ସେ ଜଣାଇଛନ୍ତି ।