ପବିତ୍ର ଅକ୍ଷୟ ତୃତୀୟାରେ ରାଇରଙ୍ଗପୁର ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ପୂଜନ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):୧୨ ମାସରେ ତେର ପର୍ବପର୍ବାଣୀରେ ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତଥା’ଅକ୍ଷୟ ତୃତୀୟା ଏକ ଅନନ୍ୟ ପର୍ବ ।ଏହି ଦିନରେ ଶୁଭ କାମ ଆରମ୍ଭ କରାଯାଏ ।ସାରା ବିଶ୍ବରେ ମଉଡମଣି ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଆଜିଠୁ ରୀତିନୀତି ନିୟମକାନ୍ତି। କିନ୍ତୁ ଚଳିତ ବର୍ଷ ମହାମାରୀ ଅଦୃଶ୍ୟ ଶତ୍ରୁ’କରୋନା’ପାଇଁ ସାରା ବିଶ୍ବରେ ଲକ୍ ଡାଉନ୍ । ସାମାଜିକ ଦୂରତା ପାଇଁ ସରକାରଙ୍କ କଡ଼ା ନିର୍ଦ୍ଦେଶ । ତେଣୁ ରଥଯାତ୍ରା ଚଳିତ ବର୍ଷ ଆଡ଼ମ୍ବରରେ ହେବ କି ନିରାଡମ୍ବର ରେ ହେବ ମେ ମାସ ପ୍ରଥମ ସପ୍ତାହରେ ସରକାର ନିର୍ଦ୍ଦେଶ ଦେଇ ପାରନ୍ତି । କିନ୍ତୁ ଯାହା ହେଉ ରଥ କମିଟି ତରଫରୁ ପ୍ରସ୍ତୁତ ହୋଇ ରହିବାକୁ ପଡିବ । ଜଗନ୍ନାଥ ମହାପ୍ରଭୁଙ୍କ ରୀତିନୀତିଅନୁସାରେ ରଥକାଠ ପୂଜନ ଓ ଅନୁକୂଳ କରାଯାଏ ।ସେହି ପରଂପରା ଅନୁସାରେ ଆଜି ରାଇରଙ୍ଗପୁର ଶ୍ରୀ ରଘୁନାଥ ଜୀଉ ମନ୍ଦିର ପ୍ରାଙ୍ଗଣରେ ଦେବୋତ୍ତର କମିଟିର ଅଧ୍ୟକ୍ଷ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ମନ୍ଦିର ମୁଖ୍ୟ ପୂଜକଙ୍କୁ ଦେବ ନନା, କମିଟିର ବରିଷ୍ଠ ସଦସ୍ୟ କୃଷ୍ଣ ବିହାରୀ ମହାନ୍ତି, ମହାରଣା,ପ୍ରସାଦ ବାବୁଙ୍କ ସମେତ ହାତ ଗଣତି ୫/୬ ଜଣଙ୍କ ମଧ୍ୟରେ ରଥକାଠ ପୂଜନ କରାଯାଇ ଥିଲା ଏବଂ ମହାରଣାଙ୍କୁ ରଥ ନିର୍ମାଣ ପାଇଁ ଠାକୁରଙ୍କ ପାଖରୁ ଅନୁମତି ଦିଆଯାଇଥିଲା ।