ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀରେ ପାରଳାରେ ଅଷ୍ଟପ୍ରହର ନାମଯଜ୍ଞ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ସହରର ପବିତ୍ର କାର୍ତ୍ତୀକ ପୂର୍ଣ୍ଣମୀ ଅବସରରେ ବିଭିନ୍ନ ସ୍ଥାନରେ ଗତକାଲି ୨୪ଘଣ୍ଟିଆ ଅଷ୍ଟପ୍ରହର ନାମଯଜ୍ଞ ପାଳିତ ହୋଇଥିଲା । ଏହି ଅବସରରେ ସହରର କଣ୍ଡରାସାହି, ବଜାର ଛକ, ରାଜଗୁରୁ ସାହି ଆଦି ସମେତ ବହୁ ସ୍ଥାନରେ ଅଷ୍ଟପ୍ରହର କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସାମୁଟିଆ ସାହିର ଫୁଲସୁନ୍ଦରୀ କୀର୍ତ୍ତନ ମଣ୍ଡଳୀ, ମୁତ୍ୟାଲୁମା ସାହି, ଶ୍ରୀକରଣ ସାହି, କରଣ ସାହି, ହାଟପଦା, ବଡବ୍ରାହ୍ମଣ ସାହି, ତେଲି ଗୌଡ ସାହି, କଟିକିଆ ସାହିର ପଦ୍ମଖଣ୍ଡି ପ୍ରମୁଖ ମଣ୍ଡଳୀ ଇତ୍ୟାଦି ମଣ୍ଡଳୀ ନାମ ସଂକୀର୍ତ୍ତନ କରିଥିଲେ । ତେବେ ଗତ ଦୁଇବର୍ଷ ହେଲା କୋଭିଡ୍ କଟକଣା ଯୋଗୁଁ ସେପରି ଚଳଚଞ୍ଚଳ ନଥିଲେ ମଧ୍ୟ ଏହି ଅଷ୍ଟପ୍ରହରୀରେ କମ ସଂଖ୍ୟକ ସଙ୍କୀର୍ତ୍ତନକାରୀ ତଥା ଭକ୍ତ ଓ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିବାର ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ