ପବିତ୍ର କାର୍ତ୍ତିକ ସୋମବାର ରେ ଦିଗପହଣ୍ଡି ଅଞ୍ଚଳର ସମସ୍ତ ମଠ,ମନ୍ଦିର ବନ୍ଦ କଲା ତହସିଲ ପ୍ରଶାସନ

ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ତହସିଲ ପ୍ରଶାସନ ଏନ୍ଫୋର୍ସମେଣ୍ଟ ସ୍କୁଆର୍ଡ଼ ପକ୍ଷରୁ ସୋମବାର ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମ ମାନଙ୍କରେ ଥିବା ବିଭିନ୍ନ ମଠ ମନ୍ଦିର ଦେବାଳୟ ଗୁଡ଼ିକୁ ବନ୍ଦ ରଖାଯାଇଥିଲା। ଆଗାମୀ ଦିନରେ ଶୀତ ବଢିବା ସହ ଆଗକୁ କରୋନା ର ଦ୍ଵିତୀୟ ସଂକ୍ରମଣ ଲହରୀ ଆଶଙ୍କା ରହିଥିବା ଦୃଷ୍ଟିରୁ ଗଞ୍ଜାମ ଜିଲା ପ୍ରଶାସନ ର ନିର୍ଦ୍ଦେଶକ୍ରମେ ଏଭଳି ପଦକ୍ଷେପ ନିଆଯାଇଥିବା ସ୍ଥାନୀୟ ତହସିଲଦାର ତଥା ଏକ ଜି କ୍ୟୁଟିଭ ମାଜିଷ୍ଟ୍ରେଟ ଅଦ୍ଵୈତ କୁମାର ସ୍ବାଇଁ କହିଛନ୍ତି।ପବିତ୍ର କାର୍ତ୍ତିକ ଧର୍ମ ମାସ ଦୃଷ୍ଟିରୁ ଦିଗପହଣ୍ଡି ସହର ସମେତ ଗ୍ରାମାଞ୍ଚଳ ମଠ, ମନ୍ଦିର, ଦେବାଳୟ ବିଶେଷ କରି ଶୈବ ପୀଠ ଗୁଡିକରେ ଶ୍ରଦ୍ଧାଳୁ ଙ୍କ ଭିଡ଼ କୁ ଦୃଷ୍ଟିରେ ରଖି ସୋମବାର ଭୋର ପ୍ରାୟ ୩ ଟାରୁ ଏନ୍ ଫୋର୍ସ ମେଣ୍ଟ ସ୍କୁଆର୍ଡ୍ଡ ର ସଦସ୍ୟ ମାନଙ୍କୁ ବିଭକ୍ତ କରାଯାଇ ବିଭିନ୍ନ ଗ୍ରାମର ମଠ, ମନ୍ଦିର ବିଶେଷକରି ଶୈବପୀଠ ଓ ଜଗନ୍ନାଥ ମନ୍ଦିର ସମ୍ମୁଖରେ ମୁତୟନ କରାଯାଇ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଆସୁଥିବା ଶ୍ରଦ୍ଧାଳୁ ଙ୍କୁ କରୋନା ଭୂତାଣୁ ର ଭୟାବହତା ସମ୍ପର୍କରେ ସଚେତନ କରାଯିବା ସହ ମଠ ମନ୍ଦିର ଗୁଡ଼ିକୁ ଯିବା ପାଇଁ ବାରଣ କରାଯାଇଥିଲା। ତେଣୁ ଆଗାମୀ ଡିସେମ୍ବର ୩୧ ଯାଏଁ ଜନସାଧାରଣ ମଠ, ମନ୍ଦିର,ଦେବାଳୟ କୁ ନଯାଇ ନିଜ ଘର ମଧ୍ୟରେ ଠାକୁର ପୂଜା କରିବା ଆବଶ୍ୟକ ବୋଲି ବହୁ ସଂଖ୍ୟକ ମହିଳା ଶ୍ରଦ୍ଧାଳୁ ମାନଙ୍କୁ ପରାମର୍ଶ ଦିଆଯାଇଥିଲା। ପ୍ରତ୍ୟେକ ଜନସାଧାରଣ ମାସ୍କ ପିନ୍ଧିବା, ସାମାଜିକ ଦୁରତ୍ଵ ପାଳନ କରିବା ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦେଇ କୋଭିଡ – ୧୯ ନୀତି ନିୟମକୁ ଅନୂପାଳନ କରିବା ଉପରେ ପ୍ରଶାସନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଥିବା ଜଣାପଡିଛି। ଏନେଇ ତହସିଲଦାର ଙ୍କୁ ପଚାରିବାରୁ କରୋନା ର ଦ୍ଵିତୀୟ ପର୍ଯ୍ୟାୟ ସଂକ୍ରମଣ କୁ ସମସ୍ତେ ମିଳିମିଶି ନିୟନ୍ତ୍ରଣ କରିବାକୁ ପ୍ରଶାସନିକ ସ୍ତରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ଉଲ୍ଲେଖ କରିଛନ୍ତି। ସୋମବାର ଭୋର ରୁ ତହସିଲ ଏନ୍ଫୋର୍ସମେଣ୍ଟ ସ୍କୁଆର୍ଡ଼ ପକ୍ଷରୁ ବିଭିନ୍ନ ମଠ, ମନ୍ଦିର ତହସିଲ ଏନ୍ଫୋର୍ସମେଣ୍ଟ ସ୍କୁଆର୍ଡ଼ ପକ୍ଷରୁ ବିଭିନ୍ନ ମଠ, ମନ୍ଦିର ଓ ଶୈବ ପୀଠ ଗୁଡିକରେ ଅତର୍କିତ ଚଢ଼ାଉ କରାଯାଇ ମନ୍ଦିର ପରିଚାଳନା କମିଟି କର୍ତ୍ତୃପକ୍ଷ ସହ ଆଲୋଚନା କରି ସମବେତ ଶ୍ରଦ୍ଧାଳୁଙ୍କ ଦ୍ଵାରା ପୂଜାର୍ଚ୍ଚନା ବନ୍ଦ କରାଯାଇଥିବା ସେ ଜଣାଇଛନ୍ତି।  ଦିଗପହଣ୍ଡି ର ଅନ୍ୟତମ ଶୈବପୀଠ ମୁକ୍ତେଶ୍ଵର ମନ୍ଦିର ମୁଖ୍ୟ ଫାଟକ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ