ପବିତ୍ର ଦୀପାବଳୀ ଉପଲକ୍ଷେ ସ୍ୱତନ୍ତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ବ୍ରହ୍ମପୁର : ଦିବ୍ୟ ଜୀବନ ସଂଘ ଗୋସାଇଁନୂଆଗାଁ ଶାଖା ଦ୍ୱାରା ଶଙ୍କର ମନ୍ଦିର ଠାରେ ପବିତ୍ର ଦୀପାବଳୀ ଉପଲକ୍ଷେ ସ୍ୱତନ୍ତ୍ର ସାଧନା ଦିବସ ଶିବାନନ୍ଦ ଆଶ୍ରମ, ଋଷିକେଶ ମୁଖ୍ୟାଳୟର ବରିଷ୍ଠ ସନ୍ଥ ତଥା ବର୍ତ୍ତମାନ କୋଷାଧ୍ୟକ୍ଷ ଦାୟିତ୍ୱରେ ଥିବା ସ୍ୱାମୀ ଅଦ୍ୱୈତାନନ୍ଦ ସରସ୍ୱତୀ ମହାରାଜଙ୍କ ଅଧ୍ୟକ୍ଷତାରେ ସାଧନା ଦିବସ ସହ ସତ୍‌ସଂଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସ୍ୱାମୀଜୀ କହିଥିଲେ ଶଙ୍କରାଚାର୍ଯ୍ୟ ହେଉଛନ୍ତି ସାକ୍ଷାତ୍ ଶଙ୍କରଙ୍କ ଅବତାର । ଶଙ୍କରାଚାର୍ଯ୍ୟ ଭଗବାନ ଅନେକ ଧର୍ମଗ୍ରନ୍ଥ ରଚନା କରିଥିଲେ । ସେଥି ମଧ୍ୟରୁ ବିବେକ ଚୂଡ଼ାମଣି, ଶଙ୍କର ଭାଷ୍ୟ, ଶିବାନନ୍ଦ ଲହରୀ, ବ୍ରହ୍ମ ଉପନିଷଦ, ବ୍ରହ୍ମସୂତ୍ର ଇତ୍ୟାଦି ଇତ୍ୟାଦି । ସେ ଦଶନାମୀ ପରମ୍ପରା ସ୍ଥାପନ କରିଥିଲେ ଓ ଚାରି ଧାମ୍ ଅର୍ଥାତ୍ ବଦ୍ରୀ ଧାମ, ଜଗନ୍ନାଥ ଧାମ, ରାମେଶ୍ୱର ଧାମ, ଦ୍ୱାରିକା ଧାମ ଓ ସାରା ବେଦାନ୍ତକୁ ଅର୍ଦ୍ଧ ବାକ୍ୟରେ ପୂରଣ କରିଛନ୍ତି । ତାହାହେଲା – ବ୍ରହ୍ମ ସତ୍ୟଂ ଜଗତ୍ ମିଥ୍ୟା, ଜୀବ ବ୍ରହ୍ମେବ ନା ପର । ବ୍ରହ୍ମ ହେଉଛି ସତ୍ୟ , ଯାହା ଥିଲା, ଅଛି, ରହିବ । ଜଗତ ମିଥ୍ୟା – ଯାହା ଅଛି, କିନ୍ତୁ ପରିବର୍ତ୍ତନଶୀଳ । ଜୀବ ପରମାତ୍ମାଙ୍କ ଠାରୁ ଭିନ୍ନ ନୁହେଁ । ଉଦାହରଣ ସ୍ୱରୂପ : ପ୍ଳାଷ୍ଟିକ୍ ପାଣି ବୋତଲ ପ୍ଳାଷ୍ଟିକ୍ ଠାରୁ ଭିନ୍ନ ନୁହେଁ , ଠିକ୍ ସେହିପରି ଜୀବ ପରମାତ୍ମାଙ୍କ ଠାରୁ ଭିନ୍ନ ନୁହେଁ । ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜ ତାଙ୍କରି ଧର୍ମଗ୍ରନ୍ଥରୁ ସେବା, ପ୍ରେମ, ଦାନ, ପବିତ୍ରତା, ଧ୍ୟାନ, ମୁକ୍ତି । ଭଲ ହୁଅ, ଭଲ କର । ମାନବ ସେବା ହିଁ ମାଧବ ସେବା । ଏହାକୁ ଅନୁଭବ କରି ସ୍ୱାମୀ ଚିଦାନନ୍ଦ ସ୍ୱାମୀ ମହାରାଜ ସାରା ବିଶ୍ୱରେ ଦିବ୍ୟ ଜୀବନ ସଂଘର ପ୍ରଚାର ପ୍ରସାର କରି ସମସ୍ତଙ୍କୁ ସାଧକ ସାଧିକାମାନଙ୍କ ଦ୍ୱାରା ସାଧନା କରିବା ସହ ସମ୍ବାଦ ସନ୍ଦେଶ ମାଧ୍ୟମରେ ସାରା ବିଶ୍ୱରେ ସତ୍ୟ ସନାତନ ଧର୍ମକୁ ପ୍ରଚାର ପ୍ରସାର କରିବା ସହ ସାରା ବିଶ୍ୱରେ ପହଞ୍ଚାଇବା ପାଇଁ ପ୍ରୟାସ କରି ଦିବ୍ୟ ଜୀବନ ସଂଘ ପ୍ରତିଷ୍ଠା କରିଥିଲେ ବୋଲି ସ୍ୱାମୀଜୀ ମହାରାଜ କହିଥିଲେ ।
ମନସ୍ୱିନୀ ମାତାଜୀ ଗୋସାଇଁନୂଆଗାଁ ଶାଖାକୁ ପ୍ରତିଷ୍ଠା କରଥିଲେ, ଏଥିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟଙ୍କ ସହଯୋଗରେ ତଥା ସଂଘ ଦ୍ୱାରା ଗୁରୁବାଣୀ ପ୍ରସାର ପ୍ରଚାର କରିବା ସହ ଏହି ସଂଘ ଯାବତ୍ ଚନ୍ଦ୍ରାର୍କେ ତିଷ୍ଠି ରହିବା ପାଇଁ ପ୍ରାର୍ଥନା କରାଯାଇଥିଲା । ଏଥି ସହ ସ୍ୱାମୀ ଅଦ୍ୱୈତାନନ୍ଦ ସରସ୍ୱତୀଙ୍କ ଶାରୀରକ ସୁସ୍ଥତା କାମନା କରି ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ ସହ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ, ସଂଘର ସଭାପତି ସହଦେବ ପାତ୍ର, କୋଷାଧ୍ୟକ୍ଷ ବିଶ୍ୱନାଥ ସାହୁ, ସବିତା ସାହୁ, ମିନତି ଦଳାଇ, ସରସ୍ୱତୀ ସାହୁ,ରୀମା,ସାହେବ ଭାଇ, ଡ଼ିଡ଼ୁ, ବୁଲୁ, ଶାନ୍ତି ଭୂଷଣ ପଣ୍ଡା, କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସମେତ ବହୁ ଗୁରୁଭାଇ ଭଉଣୀମାନେ ଯୋଗଦାନ କରିଥିଲେ । ଶେଷରେ ସଭାପତି ସହଦେବ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ