ପବିତ୍ର ପୁରୁଷୋତ୍ତମ ମାସ ଶେଷ ଓ ନବରାତ୍ରି ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ

ବ୍ରହ୍ମପୁର,(ଅନିଲ କୁମାର): ବ୍ରହ୍ମପୁରରେ ଶୁକ୍ରବାର ଦିନ ଲାଞ୍ଜିପଲ୍ଲୀସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଲାଞ୍ଜିପଲ୍ଲୀ ଦିବ୍ୟ ଜୀବନ ସଂଘର ପ୍ରତିଷ୍ଠାତା ଓ ଯୋଗାଚାର୍ଯ୍ୟ ସ୍ୱାମୀ ହରିଶଚରଣାନନ୍ଦ ସରସ୍ବତୀ ମହାରାଜାଙ୍କର ଅଧକ୍ଷତାରେ ପବିତ୍ର ପୁରୁଷୋତ୍ତମ ମାସ ଶେଷ ଓ ଦେବୀ ନବରାତ୍ରି ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ପ୍ରାତଃ ଜୟ ଗଣେଶ କୀର୍ତ୍ତନ,ଗୁରୁ ସ୍ତ୍ରୋତ, ବିଶ୍ୱ ପ୍ରାର୍ଥନା, ଶ୍ରୀସୁକ୍ତମ, ଶନିଶ୍ଚର ସ୍ତ୍ରୋତମ, ଅର୍ଚନା ସହ କୋରନା ରେ ପ୍ରାଣ ହରାଇଥିବା ଦିବଂଗତ ଆତ୍ମା ମାନଙ୍କ ସଦଗତି ନିମନ୍ତେ ପ୍ରାର୍ଥନା ଓ କୋରନା ଯୋଦ୍ଧା, ଗାନ ମାଧ୍ୟମ,ଡାକ୍ତର,ପୋଲିସ ଯୋଦ୍ଧା,ସହ ସ୍ୱାସ୍ଥ୍ୟକର୍ମୀ ମାନଙ୍କର ଆୟୁର ଆରୋଗ୍ୟ କାମନା ନିମନ୍ତେ ହୃଦୟ ପୂର୍ବକ ପ୍ରାର୍ଥନା କରାଯାଇଥିଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ