ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ବିଏମ୍‌ଏସ୍ ପକ୍ଷରୁ ମାସ୍କ ଓ ସାନିଟାଇଜର ବଣ୍ଟନ

ପାରାଦ୍ୱୀପ, (ପିତବାସ ପ୍ରଧାନ):ପ୍ରତ୍ୟେକ ବର୍ଷ ବନ୍ଦର ଓ ଶିଳ୍ପ ସହର ପାରାଦ୍ୱୀପରେ ଧୂମ୍ ଧାମରେ ପାଳିତ ହୁଏ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଉତ୍ସବ । ଚଳିତ ବର୍ଷ ବିଶ୍ୱମହାମାରୀ କରୋନା କଟକଣା ଯୋଗୁଁ ଫିକା ପଡିଛି ବିଶ୍ୱକର୍ମା ପୂଜା । ପାରାଦ୍ୱୀପର ଅନ୍ୟତମ ପ୍ରତିଷ୍ଠିତ ଶ୍ରମିକ ସଂଙ୍ଗଠନ ଭାରତୀୟ ବନ୍ଦର ମଜଦୁର ସଭା (ବିଏମ୍‌ଏସ୍‌) ପକ୍ଷରୁ ନିରାଡମ୍ବର ଭାବେ ବିଶ୍ୱକର୍ମା ପୂଜା ନୂଆବଜାର ସ୍ଥିତ ୟୁନୟନ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି । ଗୁରୁବାର ଦିନ ୟୁନିୟନ କାର୍ଯ୍ୟାଳୟ ଠାରେ ସଭାପତି ରାକେଶ କୁମାର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ନୂଆବଜାର ଅନ୍ତେବାସୀଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା । ବିଏମ୍‌ଏସ୍ ରାଜ୍ୟ କାର୍ଯ୍ୟକର୍ତ୍ତା କୃଷ୍ଣ ଚନ୍ଦ୍ର ମିଶ୍ର, ଜିଲ୍ଲା ସଭାପତି ଅକ୍ଷୟ ଦାସଙ୍କ ସମେତ ସାଧାରଣ ସମ୍ପାଦକ ଶ୍ରୀକାନ୍ତ ରାୟ, ଭବେନ୍ଦ୍ର ଦାଶଙ୍କ ସମେତ ସଦସ୍ୟମାନେ କୋଭିଡ୍ ନିୟମ ପାଳନ କରି ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ