ପବିତ୍ର ବୁଦ୍ଧ ଜୟନ୍ତୀ ଉପଲକ୍ଷେ ଶାନ୍ତି ପଦଯାତ୍ରା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପବିତ୍ର ବୁଦ୍ଧ ଜୟନ୍ତୀ ଉପଲକ୍ଷେ ଗୁରୁବାର ପୂର୍ବାହ୍ନରେ ରାଜ୍ୟ ଯୁବ ସାମୁଖ୍ୟ ସମିତି ଆନୁକୂଲ୍ୟରେ କଳିଙ୍ଗ ହସ୍ପିଟାଲ ଛକରୁ ଏକ ଶାନ୍ତି ପଦଯାତ୍ରା ବାହାରି ମହାତ୍ମା ଗାନ୍ଧୀ ପାର୍କରେ ପହଞ୍ôଚ, ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଶାନ୍ତି ପଦଯାତ୍ରାରେ ବହୁ ବିଶିଷ୍ଟ ମାନ୍ୟନଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ । ବିଶ୍ୱ ଦରବାରରେ ମନୁଷ୍ୟ ରୂପୀ ଭଗବାନ ଜନ୍ମଗ୍ରହଣ କରି ଧର୍ମ ପ୍ରଚାରକ ରୂପେ ସ୍ଥାନିତ ହୋଇଛନ୍ତି । ସମସ୍ତଙ୍କ ଠାରୁ ବୁଦ୍ଧଦେବ ଏକ ସ୍ୱତନ୍ତ୍ର ରୂପରେ ରୂପାୟିତ । ଜନ୍ମ, ଜ୍ଞାନପ୍ରାପ୍ତି ଓ ନିର୍ବାଣପ୍ରାପ୍ତି ଗୋଟିଏ ପୂର୍ଣ୍ଣିମାରେ ହୋଇଛି, ତାହା ହେଉଛି ବୈଶାଖ ପୂର୍ଣ୍ଣିମା ଯାହା ମଧ୍ୟ ବୁଦ୍ଧପୂର୍ଣ୍ଣିମା ନାମରେ ନାମିତ । ଏହି ଉପଲକ୍ଷେ ଯୁବ ସାମ୍ମୁଖ୍ୟ ସମିତିର ସମ୍ପାଦକ ଅଭୟ ବଡ଼ଜେନା, ସ୍ତମ୍ଭକାର ସୁଧାଂଶୁ ମହାପାତ୍ର, ଗିରିଜା ଶଙ୍କର ମହାପାତ୍ର, କେଶବ ରଣା, ପ୍ରମୋଦ ପରିଡ଼ା, ଦୁଷ୍ମନ୍ତ ବେହେରା, ଆନନ୍ଦ ଚନ୍ଦ୍ର ପଟ୍ଟନାୟକ, ବ୍ରଜବନ୍ଧୁ ପରିଡ଼ା, ନିର୍ମଳ ମଲ୍ଲିକ ପ୍ରମୁଖ ଶାନ୍ତି ପଦଯାତ୍ରାରେ ଯୋଗଦାନ କରିଥିଲେ ।ଏହି କାର୍ଯ୍ୟକ୍ରମଟିକୁ ଆପଣଙ୍କ ଦୈନିକ ଗଣମାଧ୍ୟମରେ ସ୍ଥାନ ଦେବା ପାଇଁ ବିନୀତ ଅନୁରୋଧ ।


