ପବିତ୍ର ମାଘ ସପ୍ତମୀ ମେଳା ନିମନ୍ତେ ସ୍ଵେଚ୍ଛାସେବୀ ସମନ୍ବୟ ବୈଠକ

କୋଣାର୍କ(ଗଣେଶ ଚନ୍ଦ୍ର ବେହେରା) କୋଣାର୍କ ସ୍ଥିତ ଯାତ୍ରୀ ନିବାସ ସମ୍ମେଳନ କକ୍ଷ ଠାରେ ଚନ୍ଦ୍ରଭାଗା ର ପ୍ରସିଦ୍ଧ ମାଘ ସପ୍ତମୀ ମେଳା ନିମନ୍ତେ ଗୋପ ତହସିଲଦାର ପୃଥିରାଜ ମଣ୍ଡଳଙ୍କ ସଭାପତିତ୍ବରେ ସ୍ଵେଚ୍ଛାସେବୀ ସମନ୍ୱୟ ବୈଠକ ମଙ୍ଗଳବାର ଅପରାହ୍ନ ୪ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କୋଣାର୍କ ଭଗବତୀ ମହାବିଦ୍ୟାଳୟ ,ଜଵାହାର ନବୋଦୟ ବିଦ୍ୟାଳୟ, ଗୋପର ନିଃସ୍ଵାର୍ଥ ପରିବାର, ନୂଆଗାଁ ସ୍ଥିତ ଆର୍ତତ୍ରାଣ କାର୍ତିକେଶ୍ବର ବିଦ୍ୟାପୀଠ, ଵିଵେକାନନ୍ଦ ଶିକ୍ଷା କେନ୍ଦ୍ର, ୟୁଥ ଫର ଵେଟର କୋଣାର୍କ, ମା ତାରିଣୀ ରାଣୀହାଟ ସାହି ଯୁବକ ସଂଘ ସମେତ ସ୍ଥାନୀୟ ଅଞ୍ଚଳର ସ୍ଵେଚ୍ଛାସେବୀ ସଂଗଠନର ପ୍ରତିନିଧି ମାନଙ୍କ ପବିତ୍ର ଚନ୍ଦ୍ରଭାଗା ମାଘ ସପ୍ତମୀ ମେଳା ନିମନ୍ତେ ଶ୍ରଦ୍ଧାଳୁ ମାନଙ୍କ ସେଵା କାର୍ଯ୍ୟ, ଟ୍ରାଫିକ ନିୟନ୍ତ୍ରଣ, ରନ୍ଧା ଖାଦ୍ୟ ବଣ୍ଟନ ସମେତ ଅନ୍ୟାନ୍ୟ କାର୍ଯ୍ୟ ରେ ୩୦୦ରୁ ଉର୍ଦ୍ଧ ସ୍ବେଛାସେବୀ ମୁତୟନ କରାଯିବା ନେଇ ସ୍ଥିର କରାଯାଇଛି। ଏହି ବୈଠକରେ କୋଣାର୍କ ଥାନା ଅଧିକାରୀ ରଂଜନ କୁମାର ମଲ୍ଲିକ, କୋଣାର୍କ ଭଗବତୀ ମହାବିଦ୍ୟାଳୟ ର ଏନ ସି ସି ଅଧିକାରୀ ଲେଫନାଣ୍ଟ କର୍ଣେଲ ଅଧ୍ଯାପକ ଵିନୟ ଭୂଷଣ ମହାନ୍ତି, କୋଣାର୍କ ଏନ ଏ ସି ର ଭାଗ୍ୟରଥି ବରାଳ, ସ୍ଵେଚ୍ଛାସେବୀ ସମନ୍ୱୟ ସମିତିର ସଂଯୋଜକ ରାମକୃଷ୍ଣ ମହାନ୍ତି ଓ କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ ପ୍ରମୁଖ ଯୋଗଦେଇ ପବିତ୍ର ମାଘ ସପ୍ତମୀ ମେଳା ରେ ସ୍ଵେଚ୍ଛାସେବୀ ମାନଙ୍କ ମଧ୍ୟରେ ସମନ୍ୱୟ ରଖିବ ପାଇଁ ହ୍ବାଟସପ ଗ୍ରୁପ ଗଠନ, ସମନ୍ଵୟ ଭିତିରେ ଦାୟିତ୍ୱ ବଣ୍ଟନ ,ନବଗ୍ରହ ପୀଠ ରେ ଶ୍ରଧାଳୁ ମାନଙ୍କ ପାଇଁ ଜଳଛତ୍ର ସହ ଚଳିତ ମାଘ ସପ୍ତମୀ ମେଳା କୁ ସଫଳ ରୂପାୟନ ପାଇଁ ଵୈଠକ ରେ ଆଲୋଚନା କରାଯାଇ ସ୍ଥିରୀକୃତ କରାଯାଇଛି। ଶେଷରେ ସାମାଜିକ କର୍ମୀ ନିରଂଜନ ତ୍ରିପାଠୀ ଧନ୍ଯବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ