ପବିତ୍ର ରଥ ଯାତ୍ରା ଉପଲକ୍ଷେ ମହାରାଜାଙ୍କ ବାଳକ ବିଦ୍ୟାଳୟ ସମୁଖରେ ସେବା ଶିବିର
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଓଡିଶା ରାଜ୍ୟ ଭାରତ ସ୍କାଉଟ୍ସ ଓ ଗାଇଡ଼ସ, ଭୁବନେଶ୍ୱର ଆନୁକୂଲ୍ୟରେ ଗଜପତି ଜିଲ୍ଲା ଭାରତ ସ୍କାଉଟ୍ସ ଓ ଗାଇଡ଼ସ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ କୁମାର ନାୟକ ଙ୍କ ନିର୍ଦେଶ କ୍ରମେ ପବିତ୍ର ରଥ ଯାତ୍ରା ଉପଲକ୍ଷେ ମହାରାଜାଙ୍କ ବାଳକ ବିଦ୍ୟାଳୟ, ପାରଳାଖେମୁଣ୍ଡି ସମୁଖରେ ଏକ ସେବା ଶିବିର ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟନାୟକ ଓ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଶୁଭ ଆରମ୍ଭ କରିଥିଲେ ଏହି ଶିବିର ରେ ଭକ୍ତ ମାନଂକୁ ମିଠା ପୋଲାଉ, ପାନୀୟ ଜଳ ଭଳି ସେବା ଯୋଗାଇ ଦିଆଯାଉ ଥିବାର ବ୍ୟବସ୍ଥା କରାଯାଇଛି I ଏହି କାର୍ଯ୍ୟକ୍ରମ କୁ ସ୍କାଉଟ୍ସ ଓ ଗାଇଡ଼ସ ତରଫରୁ ଖେଳ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର, ସଞ୍ଜୟ ପାତ୍ର,କିଶୋର ଚନ୍ଦ୍ର ଦାସ, ଶଶିକାନ୍ତ ମହାପାତ୍ର , ଏ. ରାମା ରାଓ, ଦିଲେଶ୍ଵର ତୃନା, ପ୍ରଦୀପ ସାମଲ, ପ୍ରଦୀପ ପ୍ରସାଦ ପାଢ଼ୀ ପ୍ରମୁଖ ସହଯୋଗ କରିଛନ୍ତି I