ପବ୍ଲିକ ସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ପବ୍ଲିକ ସ୍କୁଲ ପକ୍ଷରୁ ୭୩ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସ୍କୁଲ ପରିସରରେ ସଭାପତି ପ୍ରତାପ ଚନ୍ଦ୍ର ଲେଙ୍କା ଜାତୀୟ ପତାକା ଉତ୍ତୋଳନ କରି ଆମ ଦେଶର ମହାନ ଜନନାୟକଙ୍କ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟାପକ ଅଜୟ କୁମାର ରାଉତ, ସ୍କୁଲ ଅଧ୍ୟକ୍ଷ ସରୋଜକାନ୍ତ ନାୟକ, ଶିକ୍ଷୟିତ୍ରୀ କଳ୍ପନା ନାୟକ, ସ୍ମୃତିମୟୀ ମହାନ୍ତି, ଜଗନ୍ନାଥ ନାୟକ, ସମୀର ରଞ୍ଜନ ମଲ୍ଲ, ରାଜଶ୍ରୀ କର, ଚିନୁଶ୍ରୀ ମଲ୍ଲ, ତୃପ୍ତିରେଖା ମହାନ୍ତି, ଦେବବ୍ରତ୍ତ ଦାସ, ରୋଜାଲିନ ପତି, ପ୍ରିୟଙ୍କା ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମହାନ ବରପୁତ୍ରମାନଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ।