ପରକୀୟା ପ୍ରୀତି ସଂନ୍ଦେହରୁ ସ୍ତ୍ରୀ କୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ
ପାଟକୁରା, (ଯୁଗାବ୍ଦ ନ୍ୟୁଜ୍) : ପାଟକୁରା ଥାନା ଅନ୍ତର୍ଗତ ଅରଖପୁର ଗ୍ରାମରେ ପରକୀୟା ପ୍ରୀତି ସଂନ୍ଦେହରୁ ସ୍ତ୍ରୀକୁ ଅତି ନିର୍ମମ ଭାବେ ହତ୍ୟା କରିଛି ସ୍ୱାମୀ । ଗତକାଲି ରାତିରେ ସ୍ୱାମୀ ଚନ୍ଦ୍ରଶେଖର ଜେନା ନିଜର ସ୍ତ୍ରୀ କନକଲତା ଓ ୪ ବର୍ଷର ଶିଶୁ ପୁତ୍ର ସମସ୍ତେ ଖାଇସାରିବା ପରେ ଶୋଇପଡିଥିଲେ । କିନ୍ତୁ ସ୍ୱାମୀ ଚନ୍ଦ୍ରଶେଖର ନିଜର ସ୍ତ୍ରୀ କୁ ପରକୀୟା ପ୍ରୀତି ସଂପର୍କ ରଖିଥିବାର ସନ୍ଦେହ କରି ବାରମ୍ଭାର ତାଗିତ କରିଥିଲେ । ଦିନରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଏହି ସଂନ୍ଦେହ ଜନକ ଘଟଣା କୁ କେନ୍ଦ୍ରକରି ପାଟିତୁଣ୍ଡ ହୋଇଥିଲା । ରାତିରେ ସ୍ତ୍ରୀ ଓ ୪ ବର୍ଷର ପୁଅ ଶୋଇସାରିଲା ପରେ ସ୍ୱାମୀ କ୍ରୋଧରେ ତାର ସ୍ତ୍ରୀ କନକଲତାକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ଟାଙ୍ଗିଆର ଚୋଟର ମାଡରେ କନକଲତାଙ୍କ ମୁଣ୍ଡରେ ୮ ଇଞ୍ଚ କୁରାଢୀ ଚୋଟ ବସିଥିଲା ।ରକ୍ତ ଜୁଡୁବୁଡୁ ଅବସ୍ଥାରେ କନକଲତା ଛଟପଟ ହେଉଥିବା ବେଳେ ସ୍ୱାମୀ ଚନ୍ଦ୍ରଶେଖର ପୁଣି ଥରେ ସ୍ତ୍ରୀ ର ତଣ୍ଟିଚିପି ଅତି ନିର୍ମମ ଭାବେ ହତ୍ୟା କରିଥଲେ । ହତ୍ୟାକାଣ୍ଡ ପରେ ଚନ୍ଦ୍ରଶେଖର ଆକ୍ରମଣ ସମୟରେ ବ୍ୟବହାର କରିଥିବା କୁରାଢୀ ସହ ସ୍କୁଟିରେ ପାଟକୁରା ଥାନାକୁ ଯାଇ ଆତ୍ମସମର୍ପଣ କରିଛନ୍ତି ଅଭିଯୁକ୍ତ ସ୍ୱାମୀ । ସୂଚନା ପରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ୍କରିଛନ୍ତି । କନକଲତାଙ୍କ ପରିବାର ଥାନାରେ ପହଞ୍ଚି ହତ୍ୟା ଅଭିଯୋଗ କରିଛନ୍ତି । କୁରାଢୀ ସହ ସ୍କୁଟି କୁ ପୋଲିସ ଜବତ କରିଛି । ପୋଲିସ ତରଫରୁ ୧୪୬/୨୦୧୯ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।