ପରଦାକୁ ଆସିଲା ‘ଅମାଭସ୍‍’

ମୁମ୍ବଇ : ନରଗିସ୍‍ ଫଖ୍ରୀ ଓ ସଚିନ ଜୋଶୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ଅମାଭସ୍‍’ ଶୁକ୍ରବାର(୮ ଫେବୃଆରୀ) ମୁକ୍ତିଲାଭ କରିଛି। ଏହା ଏକ ହରର୍‍ ଚଳଚ୍ଚିତ୍ର। ଚଳଚ୍ଚିତ୍ରକୁ ନେଇ ଏତେଟା ଚର୍ଚ୍ଚା ହୋଇନଥିଲେ ମଧ୍ୟ ଏହାକୁ ଟକ୍କର ଦେବାକୁ ସାଥିରେ କୌଣସି ବଡ଼ ଚଳଚ୍ଚିତ୍ର ମୁକ୍ତିଲାଭ କରି ନଥିବାରୁ ଏହା ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରେ ବୋଲି ଆଶା ରହିଛି।

ସୂଚନା ଅନୁସାରେ, ‘ଅମାଭସ୍‍’ ପ୍ରଥମ ଦିନରେ ୭୫ ଲକ୍ଷରୁ ୧କୋଟି ଟଙ୍କା ଆୟ କରିପାରେ ବୋଲି ଅନୁମାନ କରାଯାଉଛି। ଭୂଷଣ ପଟେଲ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ବହନ କରିଛନ୍ତି। ଚଳଚ୍ଚିତ୍ରର କାହାଣୀ ଅପେକ୍ଷା ମୁଖ୍ୟ କଳାକାରଙ୍କ ଠାରୁ ଅଧିକ ଆଶା ରହିଛି ବୋଲି ନିଜେ ନିର୍ଦ୍ଦେଶକ ଭୂଷଣ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ