ପରଦାକୁ ଆସିଲା ମର୍ଦ୍ଦାନୀ-୨
ଭୁବନେଶ୍ବର : ଫିଲ୍ମି ଫ୍ରାଇଡେରେ ହଲ୍କୁ ଆସିଲା ରାନୀ ମୁଖାର୍ଜିଙ୍କ ଫିଲ୍ମ ମର୍ଦ୍ଦାନୀ-୨। ନାରୀ ନିର୍ଯାତନା ଓ ଦୁଷ୍କର୍ମ ଭଳି ଘଟଣାକୁ ନେଇ ଏବେ ସାରା ଦେଶରେ ଆନ୍ଦୋଳନ । ଏହି ସମୟରେ ରିଲିଜ ହୋଇଛି ରାନୀ ମୁଖାର୍ଜୀଙ୍କ ମର୍ଦ୍ଦାନୀ-୨। ସେନସର ବୋର୍ଡ ଫିଲ୍ମକୁ ୟୁ ସାର୍ଟିଫିକେଟ୍ ଦେଇଛି । ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଛି। ଫିଲ୍ମରେ ରାଣୀ ମୁଖାର୍ଜୀ ପୋଲିସ ଅଫିସର ରୋଲ ପ୍ଲେ କରିଛନ୍ତି । ୟଶ ରାଜ ବ୍ୟାନରରେ ନିର୍ମାଣ କରାଯାଇଛି ଏହି ଫିଲ୍ମ।