ପରଦାରେ ଦର୍ଶକ ଏବେ ଦେଖିବାକୁ ପାଇବୋ ଛବିରାଣୀ ର ଅକୁହା କଥା
ଯୁଗାବ୍ଦ ନ୍ୟୁଜ -୮୦ ଦଶକ ରେ ରାଜ୍ୟ ରାଜନୀତି କୁ ଥରାଇ ଥିବା ଛବିରାଣୀ ହତ୍ୟାକାଣ୍ଡ ର କାହାଣୀ ଏବେ ଦର୍ଶକ ଦେଖିବେ ଫିଲ୍ମି ପରଦାରେ । ଏହି ସତ୍ୟ ଘଟଣା ଉପରେ ଆଧାରିତ ଛବିରାଣୀ ଫିଲ୍ମ ତିଆରି ଚାଲିଛି । ସେ ସମୟରେ ଛବିରାଣୀ ହତ୍ୟାକାଣ୍ଡ ପୁରା ଓଡିଶା କୁ ଦୋହଲାଇ ଦେଇଥିଲା । ସେ ସମୟରେ ଓଡିଶା ଭଳି ଏକ ଶାନ୍ତି ପୂର୍ଣ୍ଣ ରାଜ୍ୟ ରେ ଜଣେ ସାଧାରଣ ନାରୀ ଗଣଦୁର୍ଷ୍କମ ର ଶୀକାର ହୋଇଥିଲେ । ଆଉ କୁହାଯାଏ ଯେତେବେଳେ ସିଏ ଏହି ଦୁର୍ଷ୍କମ କରାଗଲା ସେତେବେଳେ ସେ ଗର୍ଭବତୀ ଥିଲେ ଆଉ ତାଙ୍କ ସ୍ୱାମୀ ସ୍ଥାନୀୟ ଅଞ୍ଚଳ ରେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ । ଫିଲ୍ମ ର ପୋଷ୍ଟର ରିଲିଜ ହୋଇଥିଲା ବେଳେ ଚାରିଆଡେ ଏହାକୁ ନେଇ ଚର୍ଚ୍ଚା ଚାଲିଛି । ଏହି ଚଳଚ୍ଚିତ୍ର ରେ ଅଭିନେତା ଭାବେ ଅମନ ଓ ବଙ୍ଗୀୟ ଅଭିନେତ୍ରୀ ଚନ୍ଦ୍ରାଣୀ ଙ୍କୁ ଦେଖିପାବୁ ପାଇବେ ଦର୍ଶକ ।