ପରଦା କୁ ଆସିଲା’ଭାରତ’ର ଟ୍ରେଲର

ସଲମାନ ଖାନ୍‍ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଭାରତ’ର ଟ୍ରେଲର ସୋମବାର ରିଲିଜ୍‍ ହୋଇଛି। ଚଳଚ୍ଚିତ୍ରରେ ସଲମାନଙ୍କ ବ୍ୟତୀତ କ୍ୟାଟ୍ରିନା କୈଫ୍‍, ଦିଶା ପଟାନୀ, ତବୁ ଓ ସୁନୀଲ ଗ୍ରୋଭର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ୩ ମିନିଟ୍‍ ୧୧ ସେକେଣ୍ଡର ଏହି ଟ୍ରେଲର ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଡାଏଲଗରୁ ଆରମ୍ଭ ହୋଇଛି। ସମ୍ପୂର୍ଣ୍ଣ ଟ୍ରେଲରରେ ସଲମାନଙ୍କୁ ହିଁ ପ୍ରାଥମିକତା ଦିଆଯାଇଛି। ସଲମାନଙ୍କ ବ୍ୟତୀତ କ୍ୟାଟ୍ରିନା କୈଫ୍‍, ଦିଶା ପଟାନୀ, ସୁନୀଲ ଗ୍ରୋଭର ଓ ଜ୍ୟାକି ଶ୍ରଫଙ୍କ ଝଲକ୍‍ ମଧ୍ୟ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରରେ ସଲମାନ ଭାରତ ଭୂମିକାରେ ଅବତୀର୍ଣ୍ଣ। ଯାହାର ସମ୍ପୂର୍ଣ୍ଣ ଜୀବନ ଖୁବ୍‍ ରଙ୍ଗୀନ ରହିଛି। ଚଳଚ୍ଚିତ୍ରରେ ଭାରତ ଜୀବନର ୭୧ ବର୍ଷର ଯାତ୍ରାକୁ ଦର୍ଶାଯାଇଛି। ଟ୍ରେଲରରେ ସଲମାନଙ୍କ ଅନେକ ରୂପ ଦେଖିବାକୁ ମିଳିଛି। ଅଲୀ ଅବାସ୍‍ ଜଫରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଜୁନ୍‍ ୫ ତାରିଖ ଇଦ୍‍ ଅବସରରେ ମୁକ୍ତିଲାଭ କରିବ। ଏହା କୋରିୟାନ୍‍ ଚଳଚ୍ଚିତ୍ର ‘ଓଡ଼୍‍ ଟୁ ମାଇଁ ଫାଦର୍‍’ର ହିନ୍ଦୀ ରିମେକ୍‍। ଚଳଚ୍ଚିତ୍ରର ଟିଜର ଓ ପୋଷ୍ଟର ପୂର୍ବରୁ ରିଲିଜ୍‍ ହୋଇଯାଇଛି, ଯାହାକୁ ଦର୍ଶକ ସମାଜିକ ଗଣମାଧ୍ୟମରେ ଖୁବ୍‍ ପସନ୍ଦ କରିବା ସହ ବହୁତ ଭଲ ପ୍ରତିକ୍ରିୟା ମଧ୍ୟ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ