ପରମେଶ୍ବର ଶୁଶୁ ବିଦ୍ୟାପୀଠ ବାର୍ଷିକ ଉତ୍ସବ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଧାମନଗର ବ୍ଲକର ପାଳସାହି ପଞ୍ଚାୟତ ସ୍ଥିତ ପରମେଶ୍ବର ଶିଶୁ ବିଦ୍ୟାପୀଠ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ପଣ୍ଡିତ ପଞ୍ଚାନନ ମିଶ୍ର ଅଧ୍ୟକ୍ଷତା କରିଥିଲା ବେଳେ ସଭା ସଞ୍ଚାଳନ କରିଥିଲେ ପ୍ରଶାନ୍ତ କୁମାର ପଲାଇ। ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସତ୍ୟ ସୁନ୍ଦର ପରିଡା ମୁଖ୍ୟ ଅତିଥି, ଉଚ୍ଚ ନ୍ୟାୟାଳୟ ଆଇନଜୀବୀ ଦେବାଶିଷ ସାମଲ ମୁଖ୍ୟ ବକ୍ତା, ଶିକ୍ଷା ବିକାଶ ପରିଷଦର ରାଜ୍ୟ ସଂଯୋଜକ ସୁଦର୍ଶନ ପ୍ରଧାନ, ବବାମଣୀ ଡିଗ୍ରୀ ମହାବିଦ୍ୟାଳୟର ଦର୍ଶନ ବିଭାଗ ଅଧ୍ୟାପକ ନିକୁଞ୍ଜ କିଶୋର ଜେନା, ସି ଆର ସି ସି ବ୍ରଜ କିଶୋର ଶୀୟଳ ପ୍ରମୁଖ ସମ୍ମାନିତ ଅତିଥି, ଧୁଷୁରୀ ପ୍ରେସ ୟୁନିଅନର ସଭାପତି ସନ୍ତୋଷ ଦାସ, ରତିକାନ୍ତ ନାୟକ, ଅବସର ପ୍ରାପ୍ତ ଅଧ୍ୟାପକ ତ୍ରିଲୋଚନ ଦାସ, ବରିଷ୍ଠ ନାଗରିକ କାଶୀନାଥ ମହାନ୍ତି ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ।ପ୍ରତିଷ୍ଠାତା ସଦସ୍ୟ ଭାବେ ଅନିଲ କୁମାର ଦାସ, ବିଦ୍ୟାଧର ବାରିକ୍ ସମ୍ପାଦକ ଭାବେ ଅବସର ପ୍ରାପ୍ତ ଶିକ୍ଷକ ଭାଗିରଥି ବାରିକ ଉପସ୍ଥିତ ଥିଲେ । ବିଦ୍ୟାଳୟର ଛାତ୍ରୀଛାତ୍ର ମାନଙ୍କ ଦ୍ଵାରା ସ୍ବାଗତ ନୃତ୍ୟ ପରିବେଷଣ କରା ଯାଇଥିଲା। ବିଦ୍ୟାପୀଠର ଗୁରୁମା ମାନେ ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ କରିଥିଲେ। ବିଦ୍ୟାର୍ଥୀ ମାନେ ଶିକ୍ଷା ପ୍ରତି ଅନୁରାଗୀ ହେଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହଜ ହୋଇଥାଏ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଅତିଥି ମାନେ ବିଦ୍ୟାଳୟ ବାର୍ଷିକ କ୍ରୀଡାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ମଧୁସ୍ମିତା ଦାସ, ଗୁରୂମା’ ବିଳାସିନୀ ସାହୁ, ଶୈଳସିନୀ ଦାସ, ସବିତା ଖଟୁଆ, ମିନୁ ଲତା ଖଟୁଆ, ବର୍ଷାରାଣୀ ସାହୁ, ଲିଜା ରାଣୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ। ସଭା ଶେଷ କରଣ ରେ ଖିରୋଦିନୀ ପାଣ୍ଡବ ଧନ୍ୟବାଦ୍ ଅର୍ପଣ କରିଥିଲେ।

 

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ