ପରଲୋକରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ଏନ୍ଏସି ୱାର୍ଡ ନଂ.୧୦ ଶାସନ ସାହି ବାସିନ୍ଦା ବାଳକୃଷ୍ଣ ରଥ (୮୪)ଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି।ସେ ଗତ କିଛି ଦିନ ଧରି ଅସୁସ୍ଥ ରହି ବ୍ରହ୍ମପୁରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିଲେ।ତାଙ୍କରି ବିୟୋଗ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ଅନ୍ତିମ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ମରଶରୀରକୁ ପୁରୀ ସ୍ବର୍ଗଦ୍ବାର ନିଆଯାଇ ସତ୍କାର କରାଯାଇଥିଲା।ଜଣେ ଛାତ୍ରବତ୍ସଳ ଏବଂ ବିଭିନ୍ନ ବିଷୟରେ ଅଗାଧ ପାଣ୍ଡିତ୍ୟ ଥିବା ବାଳକୃଷ୍ଣ ରଥ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ତଲାସିଙ୍ଗି ହାଇସ୍କୁଲର ପ୍ରଧାନ ଶିକ୍ଷକ ପଦବୀରୁ ଅବସର ଗ୍ରହଣ କରିବା ପରେ ସାଇ ଟ୍ଯୁଟୋରିଅଲରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରୁଥିଲେ।ବାଳକୃଷ୍ଣଙ୍କ ଅନ୍ତିମ ଶଯ୍ୟା ନିକଟରେ ପୁଅ ଦେବୀ ପ୍ରସାଦ, ସାଇ ପ୍ରସାଦ, ଶିବ ପ୍ରସାଦ, ବିଷ୍ଣୁ ପ୍ରସାଦ ଏବଂ ସିଦ୍ଧାର୍ଥ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିବା ବେଳେ ତାଙ୍କରି ବିୟୋଗରେ ଦିଗପହଣ୍ଡି ସହରରେ ଗଭୀର ଶୋକ ପ୍ରକାଶ ପାଇଛି।