ପରଲୋକରେ ଆର୍.ଏସ୍.ଏସ୍ ର ବରିଷ୍ଠ ପ୍ରଚାରକ ହରିହର ନନ୍ଦ 

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ): ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଉକ୍ରଳ ପ୍ରାନ୍ତର ସର୍ବପ୍ରଥମ ପ୍ରାନ୍ତ ପ୍ରଚାରକ ଏବଂ ପ୍ରାନ୍ତ କାର୍ଯ୍ୟବାହ ତଥା ସାପ୍ତାହିକ ପତ୍ରିକା ରାଷ୍ଟ୍ର ଦୀପର ପ୍ରତିଷ୍ଠାତା ସମ୍ପାଦକ ସୁବକ୍ତା, ସୁଲେଖକ, ସୁସାହିତ୍ୟିକ, ସୁସଂଗଠକ, ଦରଦୀ କବି ହରିହର ନନ୍ଦଙ୍କର ସୋମବାର ପ୍ରାତଃ ୩:୧୫ ମିନିଟ୍ରେ ପରଲୋକ ହୋଇଯାଇଛି । ସେହି ମହାନ ମଣିଷ, ଦେଶ ପ୍ରେମୀ ସାଧକଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ତା.୧୪.୩.୨୦୧୯ରିଖ ସନ୍ଧ୍ୟା ୭ ଘଟିକା ସମୟରେ ଆର୍.ଏସ୍.ଏସ୍. କାର୍ଯ୍ୟାଳୟ ବାଲେଶ୍ୱରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ଏହି ଶୋକ ସଭାରେ ବାଲେଶ୍ୱର ଜିଲ୍ଲାର ସମସ୍ତ ସ୍ୱୟଂସେବକ ଯୋଗଦାନ ଦେଇ ଦିବଂଗତ ହରିହର ନନ୍ଦଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରରେ ଜିଲ୍ଲାର ବରିଷ୍ଠ ସ୍ୱୟଂସେବକମାନେ ହରିହର ନନ୍ଦଙ୍କ ସ୍ମୃତିଚାରଣ କରିଥିଲେ । ଏକ ଭାବପୂର୍ଣ୍ଣ ନିରାଡମ୍ବର ପରିବେଶରେ ସ୍ୱୟଂସେବକମାନେ ହରିହର ନନ୍ଦଙ୍କ ଜାଜୁଲ୍ୟମାନ ଜୀବନ ଉପରେ ଗଭୀର ଦୃଷ୍ଟିପାତ ପୂର୍ବକ ନୂତନ ପିଢୀଙ୍କୁ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ନିବେଦନ କରିଥିଲେ । ଏଥିରେ ଆର.ଏସ୍.ଏସ. ର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ରହି ସ୍ୱର୍ଗତଃ ନନ୍ଦଙ୍କର ସ୍ମୃତି ଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ