ପରଲୋକରେ ଖ୍ୟାତନାମା ଅଭିନେତା ଅନୁପମ ଶ୍ୟାମ

ମୁମ୍ବଇ: ତାଙ୍କର ଦମଦାର ଅଭିନୟ ଓ ଲୁକ୍‌ରେ ଦର୍ଶକ ମାତ।ଲ ହୋଇଯାଉଥିଲେ । ସେ ଆଉ କେହି ନୁହେଁ, ସେ ହେଉଛନ୍ତି ଖ୍ୟାତନାମା ଅଭିନେତା ଅନୁପମ ଶ୍ୟାମ । ଏହି ବରିଷ୍ଠ କଳାକାରଙ୍କର ସୋମବାର ପରଲୋକ ଘଟିଛି । ୬୩ ବର୍ଷୀୟ ଅନୁପମଙ୍କୁ କିଡ୍‌ନୀ ସଂକ୍ରମଣ ଯୋଗୁ ଗତ ସପ୍ତାହରେ ମୁମ୍ବଇ ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ । ଏହାପରେ ଏକାଧିକ ଅଙ୍ଗ ଅକାମୀ ହେବା କାରଣରୁ ଆଜି ​‌ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଅନୁପମଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଦୁଇ ଭାଇ ଅନୁରାଗ ଓ କାଞ୍ଚନ ଉପସ୍ଥିତ ଥିଲେ । ଧାରାବାହିକ ‘ମନ୍ କି ଆୱାଜ ପ୍ରତିଜ୍ଞା’ ମାଧ୍ୟମରେ ସେ ଘରେ ଘରେ ପରିଚିତ ହୋଇଥିଲେ। ସେହିପରି ‘ଡୋଲି ଅର୍‌ମାନୋ କି’ ଓ ‘କ୍ରିଷ୍ଣା ଚଲି ଲଣ୍ଡନ’ ଭଳି ଅନେକ ଧାରାବାହିକରେ ମଧ୍ୟ ସେ ଅଭିନୟ କରିଥିଲେ। ଏହାବ୍ୟତୀତ ତିନି ଦଶନ୍ଧିର ଧରି ‘ସତ୍ୟା’, ‘ଦିଲ୍ ସେ’, ‘ହଲ୍ଲା ବୋଲ୍’, ‘ହଜାରୋଁ ଖ୍ୱାଇଶେଁ ଐଶି’, ‘ରକ୍ତ ଚକ୍ର’, ‘କଚ୍ଚେ ଧାଗେ’ ଭଳି ୪୦ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ