ପରଲୋକରେ ପୂର୍ବତନ ଆଇନମନ୍ତ୍ରୀ ରାମ ଜେଠମଲାନୀ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଦିଲ୍ଲୀସ୍ଥିତ ବାସଭବନରେ ବରିଷ୍ଠ ଆଇନଜୀବୀ ରାମ ଜେଠମଲାନୀଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳଙ୍କୁ ତାଙ୍କୁ ୯୫ ବର୍ଷ ହୋଇଥିଲା । ରାମ ଜେଠମଲାନୀ ସୁପ୍ରିମକୋର୍ଟର ଜଣେ ଟାଣୁଆ ଓକିଲ ସହ ଆଗଧାଡ଼ିର ରାଜନେତା ଥିଲେ ।
ସେ ସୁପ୍ରିମକୋର୍ଟରେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲା ଲଢ଼ି ଖ୍ୟାତି ଅର୍ଜନ କରିଥିଲେ । ସେ ଇନ୍ଦିରା ଗାନ୍ଧୀ ହତ୍ୟା ମାମଲା, ହର୍ଷଦ ମେହେଟ୍ଟା କେସ୍ ପରି ବହୁ ଗୁରୁତ୍ୱପୂର୍ଣ୍ଣ କେସ୍ ଲଢ଼ିଥିଲେ । ବର୍ତ୍ତମାନ ପାକିସ୍ତାନ ଅଧୀନରେ ଥିବା ସିନ୍ଦ୍ରେ ୧୯୨୩ ମସିହା ସେପ୍ଟେମ୍ବର ୧୪ରେ ରାମ୍ ଜେଠମଲାନୀ ଜନ୍ମ ଗ୍ରହଣ କରିଥିଲେ । ମାତ୍ର ୧୭ ବର୍ଷ ବୟସରେ ଏଲ୍ଏଲ୍ବି ଡିଗ୍ରୀ ହାସଲ କରି ପାରିଥିବା ଏହି ନେତା ନିଜ ହାମ୍ ଟାଉନରେ ପ୍ରଥମେ କ୍ୟାରିଅର ଆରମ୍ଭ କରିଥିଲେ । ଯାହାକି ଏବେ ପାକିସ୍ତାନ ଅଧୀନରେ ଅଛି । ଦେଶ ବିଭାଜନ ହେବା ପରେ ସେ ଭାରତ ଚାଲି ଆସିଥିଲେ । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟରେ ସେ ସବୁଠୁ ଅଧିକ ଫିସ୍ ନେଉଥିବା ଓକିଲ ଭାବେ ଜଣାଶୁଣା ଥିଲେ । ସେ ବିଜେପି ଟିକେଟରୁ ମୁମ୍ବାଇ ଲୋକସଭା ଆସନରୁ ନିର୍ବାଚନ ଜିତିଥିଲେ । ଏହାପରେ ବାଜପେୟୀଙ୍କ ସରକାରରେ ସେ କେନ୍ଦ୍ର ଆଇନ ମନ୍ତ୍ରୀ ଓ ଅର୍ବାନ ଡେଭଲପମେଣ୍ଟ ମନ୍ତ୍ରୀ ଥିଲେ । ଏଥିସହ ବାର୍ କାଉନସିଲ ଅଫ୍ ଇଣ୍ଡିଆର ମଧ୍ୟ ସେ ଚେୟାରମ୍ୟାନ ଥିଲେ । ରାମ୍ ଜେଠମଲାନୀ ୨ ଥର ବିବାହ କରିଥିଲେ । ତାଙ୍କ ୨ ପତ୍ନୀଙ୍କ ନାମ ଦୁର୍ଗା ଜେଠମଲାନୀ ଓ ରତ୍ନା ଜେଠମଲାନୀ । ରାମ୍ଙ୍କର ୨ ଝିଅ, ୨ ପୁଅ ଥିବା ବେଳେ ସେମାନଙ୍କ ମଧ୍ୟରୁ ମହେଶ ଜେଠମଲାନୀ ଓ ରାନୀ ଜେଠମଲାନୀ ଜଣାଶୁଣା ଓକିଲ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ