ପରଲୋକରେ ବଲିଉଡ ଅଭିନେତ୍ରୀ ଗୀତା ସିଦ୍ଧାର୍ଥ

ଶନିବାର ସନ୍ଧ୍ୟାରେ ମୁମ୍ବାଇରେ ଅନ୍ତିମ ନିଶ୍ୱାସ ନେଇଛନ୍ତି ବଲିଉଡ ଅଭିନେତ୍ରୀ ଗୀତା ସିଦ୍ଧାର୍ଥ । ୧୯୭୨ ମସିହାରେ ଫିଲ୍ମ ଜଗତରେ ପ୍ରବେଶ କରୁଥିବା ଗୀତ ସିଦ୍ଧାର୍ଥ ଅନେକ ଫିଲ୍ମରେ କାର୍ଯ୍ୟ କରିଛନ୍ତି। ଗୀତା ବଲିଉଡର ଅନେକ ଐତିହାସିକ ଫିଲ୍ମରେ କାମ କରିଛନ୍ତି,ଯେଉଁଥିରେ ରହିଛି ଗରମ ହବା, ସୋଲେ ଆଦି ଫିଲ୍ମ ରହିଛି। ଗୀତା ସିଦ୍ଧାର୍ଥଙ୍କର ଦେହାନ୍ତ ଖବର ପରେ ସୋସିଆଲ ମିଡିଆରେ ଲୋକମାନେ ତାଙ୍କପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଗିତା ସିଦ୍ଧାର୍ଥ ୧୯୭୩ ମସିହାରେ ଆସିଥିବା ଫିଲ୍ମ ‘ଗରମ ହବା’ ରେ ଖୁବ ସୁନ୍ଦର ଅଭିନୟ କରିଥିଲେ। ଫିଲ୍ମଟି ରାଷ୍ଟ୍ରୀୟ ଏକତା ଉପରେ ଆଧାରିତ ହୋଇଥିଲା, ଏହା ପରେ ଏହି ଫ୍ଲିମଟି ସର୍ବଶ୍ରେଷ୍ଠ ଫିଚର ଫିଲ୍ମର ମାନ୍ୟତା ପାଇଥିଲା। ଏହି ଫିଲ୍ମରେ ସେ ‘ଅମିନା’ ଚରିତ୍ରରେ ଅଭିନୟ କରିଥିଲେ,ଯେଉଁଥିରେ ତାଙ୍କୁ ଦର୍ଶକ ମାନେ ଖୁବ ପସନ୍ଦ କରିଥିଲେ। ଏହାର ପୂର୍ବରୁ ୧୯୭୨ ମସିହାରେ ଆସିଥିବା ଫିଲ୍ମ ପରିଚୟ ମାଧ୍ୟମରେ ନିଜର ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ। ୭୦-୮୦ ଦଶକରେ ଗୀତା ସିଦ୍ଧାର୍ଥ ଅନେକ ଫିଲ୍ମରେ ଅଭିନୟ କରିବା ସହ ସେହି ସମୟର ଜଣେ ଜଣାଶୁଣା ଅଭିନେତ୍ରୀ ହିସାବରେ ପରିଗଣିତ ହୋଇଥିଲେ। ଗୀତା ସିଦ୍ଧାର୍ଥଙ୍କର ଫିଲ୍ମର କଥା କହିଲେ ଗୀତା ‘ସୋଲେ,ତ୍ରିଶୂଳ, ଡିସ୍କୋ ଡାନ୍ସର,ରାମ ତେରୀ ଗଙ୍ଗା ମେଲି,ଷୋକିନ,ଅର୍ଥ,ଏକ ଚାଦର ମେଲି ସି,ଗମନ ଏବଂ ଦୁସରା ଆଦମୀ,ଭଳି ଫିଲ୍ମରେ କାର୍ଯ୍ୟ କରିବା ସହ ନିଜର ଅଭିନୟ ଯାଦୁ ଦେଖାଇଛନ୍ତି। ଅଭିନୟ ଛଡା ଗୀତା ଅନ୍ୟ କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରୁଥିଲେ। ଗୀତା ୧୯୯୦ ରୁ ୨୦୦୧ ପର୍ଯ୍ୟନ୍ତ ଦୂରଦର୍ଶନରେ ପ୍ରସାରିତ ହେଉଥିବା ସୁରଭି କାର୍ଯ୍ୟକ୍ରମରେ ଆର୍ଟ ନିର୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ। ଏହା ଛଡା ସେ ତାଙ୍କର ଝିଅ ଅନ୍ତରାଙ୍କ ସହିତ ଗୋଟିଏ ଡକ୍ୟୁମେଣ୍ଟରି ମଧ୍ୟ କରିଛନ୍ତି ଏବଂ ସେ ସାମାଜିକ କାର୍ଯ୍ୟକ୍ଷେତ୍ରରେ ମଧ୍ୟ ସଦାସର୍ବଦା ଆଗରେ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ