ପରଲୋକରେ ରବି ସ୍ୱାଇଁ
ଭୂବନେଶ୍ୱର ,( ଯୁଗାବ୍ଦ ନ୍ୟୁଜ୍) : ଓଡିଆ ସିନେମା ଓ ସଂସ୍କୃତି ଗଣମାଧ୍ୟମ ଜଗତର ପ୍ରିୟ ରବି ସ୍ୱାଇଁଙ୍କ ଶୁକ୍ରବାର ଅପରାହ୍ନ ୧ ଟା ବେଳେ ଏକ ଘରୋଇ ହସପିଟାଲରେ ୬୪ ବର୍ଷରେ ତାଙ୍କର ପରଲୋକ ହୋଇଛି । ହସପିଟାଲରୁ ତାଙ୍କ ବାସ ଭବନରେ ମରଶରୀର ତାଙ୍କ ବାସଭବନରେ ପହଞ୍ଚିବା ପରେ ସିନେ ଜଗତର ସଂଗୀତ , ନୃତ୍ୟ , ଓ ଗଣମାଧ୍ୟମର ବହୁ ପ୍ରତିଭା ଶାଳୀ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ । ଖବର ଅନୁଯାୟୀ ସେ ବ୍ରେନ ଓ ହାର୍ଟ ରେ ପିଡିତ ହୋଇ କୋମାକୁ ଚାଲିଯାଇଥିବା ବେଳେ ମାରୁତି କାର ଧକ୍କାରେ ସେ ଗୁରୁତର ଆହାତ ହୋଇଥିଲେ । ରବି ସ୍ୱାଇଁ ଙ୍କ ମରଶରୀରକୁ ଶେଷ ଦର୍ଶନ କରିବା ନିମନ୍ତେ ତାଙ୍କ ଧର୍ମପତ୍ନୀ ଗାୟତ୍ରୀ , ଝିଅ ପ୍ରିୟଦର୍ଶିନୀ ,ରଙ୍ଗୋଲୀ, ଭାଇ ବାବୁଲି , କୁନା , ଗାୟତ୍ରୀଙ୍କ ଭଉଣୀ ସୁଲେଖା, ସୁନିତା ,କୁମୁଦିନୀ , ସୁକାନ୍ତି ,ପ୍ରମୁଖ ଉପସ୍ଥିତ ଥିଲେ । ସେ ତାଙ୍କ ଜୀବନୀ କାଳରେ ଫଟୋଗ୍ରାଫି , ଖବର ଲେଖିକା ,ସଂଯୋଜକ ଭାବେ , ବହୁ ସାଂସ୍କୃତିକ ଓ ଚଳଚ୍ଚିତ୍ର ଶୃଙ୍ଖଳିତ ଭାବେ ପରିଚାଳନା କରିଥିଲେ ।ତାଙ୍କ ବିୟୋଗରେ ସ୍ତମ୍ବାକାର ପ୍ରଦୋଷ ପଟ୍ଟନାୟକ , ବାଣୀଚିତ୍ର ସମ୍ପାଦକ ପରୀକ୍ଷିତ ଜେନା , ହୋମ ଭିଡିଓ ପ୍ରଡକ୍ସନ , ବାଇସ୍କୋପ ଆୱାର୍ଡ ସଂଯୋଜକ ବାପୁଲେଙ୍କା , ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମର ସଂପାଦକ ସୂର୍ଯ୍ୟଦେଓ , ମିଡିଆ କୋଡିନେଟର , ବାଳକୃର୍ଷ୍ଣ ରାଉତ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।