ପରିକ୍ରମା ତରଫରୁ ମେଧା ସମ୍ବର୍ଦ୍ଧନା ସମାରୋହ 

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ପରିକ୍ରମା ତରଫରୁ ସ୍ଥାନୀୟ ଦକ୍ଷତା ବିକାଶ କେନ୍ଦ୍ର ଠାରେ “ମେଧା ସମ୍ବର୍ଦ୍ଧନା “ସମାରୋହ ଅନୁଷ୍ଠିତ ହୋଇଯାଇଛି ।ବରିଷ୍ଠ ସାମ୍ବାଦିକ ତଥା ପରିକ୍ରମା ର ଆବାହକ ମନୋଜ ଦାସଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଡି.ଏଫ.ଓ. ଡଃ ଅରୁଣ କୁମାର ମିଶ୍ର,ସମ୍ମାନୀତ ଅତିଥି ଭାବେ ଯୁବନେତା ତଥା ସମାଜସେବୀ ଅଭିଷେକ ପଟ୍ଟନାୟକ,ଯୁବ ସଙ୍ଗଠକ ଓ ସମାଜସେବୀ ଅନୁରାଗ ଗୁପ୍ତା, ପରିକ୍ରମା ର ଉପଦେଷ୍ଟା ବିଶିଷ୍ଟ ନେତା ଓ ସମାଜସେବୀ ଈଷାନ୍ ମିଶ୍ର ,ସୁବାଷ ମଣ୍ଡଳ,ଶରତ ଦାସ, ରାଜେନ୍ଦ୍ର ଯାଦବ ପ୍ରମୁଖ ଯୋଗଦେଇ ଥିଲେ ।ଆବାହକ ମନୋଜ ଦାସ ସ୍ବାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ ପ୍ରଦାନ କରିଥିଲେ ।ପରିକ୍ରମା ର ସଂଯୋଜକ ରଞ୍ଜନ କୁମାର ନନ୍ଦ ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।ସମସ୍ତ ଅତିଥି ମାନେ ପ୍ରେରଣାଦାୟୀ ବକ୍ତବ୍ଯ ମାଧ୍ୟମର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ ।ଚଳିତ ବର୍ଷ ମ୍ଯାଟ୍ରିକ ପରୀକ୍ଷାରେ ୯୦ ଶତକଡ଼ା ରୁ ଉର୍ଦ୍ଧ୍ବ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇ ଥିବା ୨୧ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ସେମାନଙ୍କ ମଧ୍ୟରେ କେନ୍ଦ୍ରୀୟ ବିଦ୍ୟାଳୟ , ମହୁଲଡିହାର – ଦୀକ୍ଷା ଦିବିତା,ମୌସୁମୀ,ରୀତେଶ ,ଆଦ୍ଯାଶା,ଅଙ୍କିତ,ଅଭିଶିଖା ଓ ଅଚ୍ଚର୍ନା ।ଓଡିଶା ଆଦର୍ଶ ବିଦ୍ୟାଳୟ,ଜାମଦାର-ଚନ୍ଦନ ଓ ମାନସ ।କେରଳ ପବ୍ଲିକ୍ ସ୍କୁଲର-ଅଭିଷେକ, ସ୍ବାତୀ ସାଗରିକା,କମଲ,ସୁରଜ,ତନୟ,ସୁନୀତା ଓ ଞ୍ନାନରଥ ।ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର-ଯମୁନା, ଦେବଦତ୍ତ,ଦେବାଶିଷ ଓ ରୂପାଲି ବିଶୋଇ ସରକାରୀ “ଏସ୍,ଏସ୍. ଡି ର -ଈଷିତା ମାଇତି ।ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ ହୋଇଥିବା ପ୍ରତିଭା ମାନଙ୍କ ମଧ୍ୟରେ +୨ ବିଜ୍ଞାନ ରେ ରାଇରଙ୍ଗପୁରରେ ସର୍ବୋଚ୍ଚ ନମ୍ବର ରଖିଥିବା ଟେକ୍ନୋୱାର୍ଲଡ ହାୟାରସେକେଣ୍ଡାରୀ ସ୍କୁଲର ଛାତ୍ରୀ ଶେଫାଳି ନନ୍ଦ,+୨ ବାଣିଜ୍ୟିରେ ମୟୂରଭଞ୍ଜ ରେ ସର୍ବୋଚ୍ଚ ନମ୍ବର ରଖିଥିବା ଧୀରଜଲାଲ କଲେଜ ର ଛାତ୍ରୀ ଲିଜା ଅଗ୍ରୱାଲ୍,ଜେ.ଏ.ଏମ୍. ପ୍ରବେଶିକା ପରୀକ୍ଷାରେ ସର୍ବଭାରତୀଯ ସ୍ତରରେ ୮୫ତମ ରେଙ୍କ୍ ରଖି ଆଉ.ଆଇ.ଟି. ଖଡଗପୁର ରେ ଆପ୍ଲାଏଡ୍ ଜିଓଲୋଜିରେ ସ୍ନାତକୋତ୍ତର୍ ଶ୍ରେଣୀ ରେ ନାମ ଲେଖାଇଥିବା ଛାତ୍ରୀ ବବିତା ବିନ୍ଧାଣୀ ଏବଂ ଭାରତ ସରକାରଙ୍କ ଯୁବ କାର୍ଯକ୍ରମ ଓ ଖେଳ ମନ୍ତ୍ରଣାଳୟ ପକ୍ଷରୁ ଏଳ୍.ଏସ୍.ଏସ୍ ର ସର୍ବଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ରାଷ୍ଟ୍ରପତି ଙ୍କ ଠାରୁ ପରିସ୍କୃତ ହୋଇଥିବା ସୀମାନ୍ତ ମହାବିଦ୍ୟାଳୟ ର ଛାତ୍ର ପ୍ରଭଞ୍ଜନ ମଣ୍ଡଳ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷାବିତ ଦିଲ୍ଲୀପ ମହାନ୍ତି ,ଖୁଦିରାମ ମହାନ୍ତି ,ବସନ୍ତ ଦାସl,ନାଟୁ ଦାସ,ବାବୁ ମହାନ୍ତି ,ଦୁଷ୍ମନ୍ତ ଦାସ,ପୱନ ସାହୁ,ଛୁଟୁପଦ ମୋଦକ,ଲଳିତ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।କରୋନା କଟକଣା ନିୟମ ଅନୁସାରେ ସାମାଜିକ ଦୂରତ୍ବ ରକ୍ଷାକରି ଅଭିଭାବକ/ଅଭିଭାବିକା ମାନେ ଉପସ୍ଥିତ ଥିଲେ ।ଶେଷରେ ଅଧ୍ୟାପକ ବିଜୟ କୁମାର ରାମ ସମସ୍ତଙ୍କୁ ଧନ୍ଯବାଦ୍ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ