ପରିକ୍ରମା ତରଫରୁ ମେଧା ସମ୍ବର୍ଦ୍ଧନା ସମାରୋହ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ):ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ପରିକ୍ରମା ତରଫରୁ ସ୍ଥାନୀୟ ପି.ସି.ଏମ୍.କଲ୍ଯାଣ ମଣ୍ଡପ ଠାରେ “ମେଧା ସମ୍ବର୍ଦ୍ଧନା “ସମାରୋହ ଅନୁଷ୍ଠିତ ହୋଇଯାଇଛି ।ବରିଷ୍ଠ ସାମ୍ବାଦିକ ତଥା ପରିକ୍ରମା ର ଆବାହକ ମନୋଜ ଦାସ ଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ମୋରଡା ରାଜକିଶୋର ଦାସ ,ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ପ୍ରଦୀପ କୁମାର ଦାସ ,ଯୁବ ସଙ୍ଗଠକ ଓ ସମାଜସେବୀ ଅନୁରାଗ ଗୁପ୍ତା, ପରିକ୍ରମା ର ଉପଦେଷ୍ଟା ସମାଜସେବୀ ସୁବାଷ ମଣ୍ଡଳ,ପ୍ରାଧ୍ୟାପକ ସୁନୀଲ କୁମାର ଜେନା , କେରଳ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ଗୀତାଞ୍ଜଳୀ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଥିଲେ ।ଆବାହକ ମନୋଜ ଦାସ ସ୍ବାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।ପରିକ୍ରମା ର ସଂଯୋଜକ ରଞ୍ଜନ କୁମାର ନନ୍ଦ ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।ସମସ୍ତ ଅତିଥି ମାନେ ପ୍ରେରଣାଦାୟୀ ବକ୍ତବ୍ଯ ମାଧ୍ୟମରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ ।ଚଳିତ ବର୍ଷ ମ୍ଯାଟ୍ରିକ ପରୀକ୍ଷାରେ ୯୦ ଶତକଡ଼ା ରୁ ଉର୍ଦ୍ଧ୍ବ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇ ଥିବା ୬୨ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ସେମାନଙ୍କ ମଧ୍ୟରେ ଓଡିଶା ଆଦର୍ଶ ବିଦ୍ୟାଳୟ – ଜାମିରଡିହା (ବିଶୋଇ),ସାନମଉଦା(ରାଇରଙ୍ଗପୁର),ପାସନା(ଜାମଦା),ଲୁହାଶିଳା(ବିଜାତଳା),ବଡଡାଳିମା(ତିରିଂ),ସଞ୍ଜୟଦାନପୋଷି(କୁସୁମୀ),ବହଳଦାର ଛାତ୍ର ଛାତ୍ରୀଙ୍କ ସହିତ ରାଇରଙ୍ଗପୁରର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ଲିଟିଲ୍ ଫ୍ଲାୱାର୍ ସ୍କୁଲ , କେରଳା ପବ୍ଲିକ୍ ସ୍କୁଲ୍,ସନ୍ ସାଇନ୍ ଇଂଲିଶ୍ ମିଡିୟମ୍ ସ୍କୁଲ ଓ କେନ୍ଦ୍ରୀୟ ବିଦ୍ୟାଳୟ,ମହୁଲଡିହାର ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ ହୋଇଥିବା ପ୍ରତିଭା ମାନଙ୍କ ମଧ୍ୟରେ ଏମ୍.ପି.ସି ସ୍ବୟଂଶାସିତ ମହାବିଦ୍ୟାଳୟ ରୁ+୩ କଳା ସମାଜ ବିଜ୍ଞାନ ସମ୍ମାନ ରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ଇପ୍ସିତା ପଟ୍ଟନାୟକ, +୨ ବିଜ୍ଞାନ ରେ ରାଇରଙ୍ଗପୁରରେ ସର୍ବୋଚ୍ଚ ନମ୍ବର ରଖିଥିବା ରାଇରଙ୍ଗପୁର ମହାବିଦ୍ୟାଳୟର ଛାତ୍ରୀ ଦୀକ୍ଷା ଚୌପଟ୍ଟନାୟ ,+୨ ବାଣିଜ୍ୟିରେ ସର୍ବୋଚ୍ଚ ନମ୍ବର ରଖିଥିବାରାଇରଙ୍ଗପୁର କଲେଜ ର ଛାତ୍ର ପିୟୁଷ ସାରଡା ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।କାର୍ଯ୍ୟକ୍ରମ ଶେଷରେ ପରିକ୍ରମାର ବରିଷ୍ଠ ସଦସ୍ୟ ଡଃ ଦିଗମ୍ବର ଗିରି ସମସ୍ତଙ୍କୁ ଧନ୍ଯବାଦ୍ ଅର୍ପଣ କରିଥିଲେ ।ଉକ୍ତ ମେଧା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷାବିତ୍ ଦିଲ୍ଲୀପ ମହାନ୍ତି , ପରିକ୍ରମାର ସଦସ୍ୟ ତିମିର ରଞ୍ଜନପଣ୍ଡା,ଖୁଦିରାମମହାନ୍ତି , ବସନ୍ତ ଦାସ,ନାଟୁ ଦାସ,ବାବୁ ମହାନ୍ତି ,ଦୁଷ୍ମନ୍ତ ଦାସ,ପୱନ ସାହୁ,କିଶୋର ରଜକ,ଲଳିତ ପାତ୍ର ,କ୍ଷତିଶ ମହାନ୍ତ, ଠେଙ୍ଗୁ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ ।କରୋନା କଟକଣା ନିୟମ ଅନୁସାରେ ସାମାଜିକ ଦୂରତ୍ବ ରକ୍ଷାକରି ଅଭିଭାବକ/ଅଭିଭାବିକା ମାନେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ