ପରିକ୍ରମା ପ୍ରକଳ୍ପ ଉଦଘାଟନ ଅବସରରେ ଗୋପାଳପୁର ଏନେସି ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଗୋପାଳପୁର, (ରଘୁରାମ ସାହୁ):ଗୋପାଳପୁର ଏନଏସି ତରଫରୁ ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଚତୁପାର୍ଶ୍ଵରେ ନିର୍ମିତ ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବୁଧବାର ଗୋପାଳପୁର ଏନଏସି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି, ପୂର୍ବରୁ ଚଳିତ ମାସ ଆଠ ତାରିଖରୁ ଦଶ ତାରିଖ ପର୍ଯ୍ୟନ୍ତ ଏନଏସି ଅନ୍ତର୍ଗତ ବିଭିନ୍ନ ସାହିରେ ପରିକ୍ରମା ପ୍ରକଳ୍ପ ରଥ ପରିକ୍ରମା କରିଥିଲା, ଏଥିରେ ଭଜ ଗୋବିନ୍ଦ ସହ ବିଭିନ୍ନ ବର୍ଗର ଜନସାଧାରଣ ଭାଗ ନେଇ ଅତି ଉଚ୍ଚାହ ଉଦ୍ଧିପନାରେ ରଥ ପରିକ୍ରମା ଶେଷ ହୋଇଥିଲା, ବୁଧବାର ପୁରୀରେ ପରିକ୍ରମା ପ୍ରକଳ୍ପ ପାଇଁ ପ୍ରତିଷ୍ଠା ପାଇଁ ତିନିଦିନ ଧରି ହୋଇଥିବା ହୋମ ଯଜ୍ଞର ପୂର୍ଣ୍ଣା ହୂତି ପୁରୀ ଗଜପତି ମହାରାଜଙ୍କ ଦ୍ୱାରା ସମ୍ପୂର୍ଣ ହୋଇଯାଇଛି,ନୂତନ ଭାବେ ନିର୍ମିତ ପରିକ୍ରମା ପ୍ରକଳ୍ପକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଶୁଭ ଉଦଘାଟନ କରିଛନ୍ତି, ଏହି ଶୁଭ ଆରମ୍ଭ କାର୍ଯ୍ୟକ୍ରମକୁ ଗୋପାଳପୁର ଏନଏସି ତରଫରୁ ବସ ଷ୍ଟାଣ୍ଡ ପରିସରେ ସିଧା ପ୍ରସାରଣ ଟିଭି ମାଧ୍ୟ୍ୟମରେ ଦେଖାଯିବା ସହ ଭଜନ, ଓଡିଶୀ ନୃତ୍ୟୁ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହିକାର୍ଯ୍ୟ କ୍ରମରେ ଏନଏସିର ଅଞ୍ଚଳ ସମେତ ଆଖପାଖ ଅଞ୍ଚଳର ବହୁ ଜନସାଧାରଣ ଭାଗ ନେଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ, ଉକ୍ତ କାର୍ଯ୍ୟକ୍ରମରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ, ଏନଏସି ଉପାଧ୍ୟକ୍ଷା ବି. ଉମା, ଗୋପାଳପୁରର ଯୁବ ସମାଜସେବୀ ଏମ୍. ଶିବ ପାତ୍ର, ଦୁଇ ନମ୍ବର ୱାର୍ଡର କାଉଁସିଲର ରତନୀ ନାୟକଙ୍କ ସମେତ ଅନ୍ୟ କାଉଁସିଲର ଏବଂ ଭଜ ଗୋବିନ୍ଦ କମିଟି ସମେତ ଗୋପାଳପୁର ବାସିନ୍ଦା, ଯୁବ, ମହିଳା ଗୋଷ୍ଠୀ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ, ଉଲେଖ ଯୋଗ୍ୟ ଯେ ଶ୍ରଦ୍ଧାଳୁଙ୍କ ଠାରୁ ସଂଘ୍ରୁତ ଅରୁଆ ଚାଉଳ ଓ ଗୁଆ ଆଗାମୀ ଦିନରେ ପୁରୀ ପଠା ଯିବା କାର୍ଯ୍ୟକ୍ରମ ରହିଥିବା ଜଣା ପଡିଛି, ଉକ୍ତ କାର୍ଯ୍ୟକ୍ରମରେ ଏନଏସିର ଅଧ୍ୟକ୍ଷ ଏ. ଜାନକୀରାମ ଅନୁପସ୍ଥିତ ଥିବା ବେଳେ ଜନସାଧାରଣଙ୍କ ମଧ୍ୟରେ ବିଭିନ୍ନ ବିଷୟ ଆଲୋଚନା ହୋଇଥିଲା, ଉକ୍ତ କାର୍ଯ୍ୟକ୍ରମଟିକୁ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକଙ୍କ ପ୍ରତାକ୍ଷ ତତ୍ୱାବଧାନରେ ହୋଇଥିବାରୁ ଗୋପାଳପୁର ଅଞ୍ଚଳର ଜନସାଧାରଣ ଖୁସି ପ୍ରକଟ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ