ପରିଣିତିଙ୍କୁ ବଦଳାଇଲେ ନୋରା

ମୁମ୍ବାଇ : ଅଭିନେତ୍ରୀ ନୋରା ଫତେହୀ ଧୀରେ ଧୀରେ ବଲିଉଡ୍‌ରେ ନିଜ ପାଦ ଜମାଇବାରେ ଲାଗିଛନ୍ତି। ଗତ କିଛି ବର୍ଷ ଧରି ଆଇଟମ ନମ୍ବରରେ ନୋରାଙ୍କ ଜବରଦସ୍ତ ଡ୍ୟାନ୍ସ ପରେ ଏବେ ‘ଷ୍ଟ୍ରୀଟ୍‌ ଡ୍ୟାନ୍ସର ୩ ଡି’ରେ ସେ ଅଭିନୟ କରୁଥିବା ଦେଖିବାକୁ ମିଳୁଛି। ଇତିମଧ୍ୟରେ ଖବର ଶୁଣିବାକୁ ମିଳୁଛି ଅଜୟ ଦେବଗନଙ୍କ ଫିଲ୍ମ ‘ଭୁଜ୍‌: ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ରେ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କୁ ନୋରା ରିପ୍ଲେସ୍‌ କରିଥିବା ଜଣାପଡ଼ିଛି। ମିଡିଆ ରିପୋର୍ଟ ମୁତାବକ ଅଭିଷେକ ଦୁଧୈୟାଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଯାଉଥିବା ସିନେମା ‘ଭୁଜ୍‌: ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ରେ ପରିଣିତି ଚୋପ୍ରାଙ୍କୁ ହଟାଇ ନୋରାଙ୍କୁ କାଷ୍ଟ କରାଯାଇଛି। ଏହି ଫିଲ୍ମରେ ପରିଣିତି ଜଣେ ସ୍ପାଏ ଭୂମିକାରେ ଅଭିନୟ କରିବାର ଥିଲା। କିନ୍ତୁ ବ୍ୟସ୍ତ ଶିଡ୍ୟୁଲ କାରଣରୁ ପରିଣିତି ଏହି ଫିଲ୍ମରେ କାମ କରିବାକୁ ମନା କରି ଦେଇଥିଲେ। ତାଙ୍କ ସ୍ଥାନରେ ଏବେ ନୋରାଙ୍କୁ ନିଆଯାଇଛି। ଫିଲ୍ମର ନିକଟତମ ସୂତ୍ରରୁ ଜଣାପଡ଼ିଛି ଯେ ନୋରା ଅନ୍‌ ବୋର୍ଡ ଆସି ସାରିଛନ୍ତି ଓ ୱାର୍କଶପ୍‌ସ ମଧ୍ୟ ଆଟେଣ୍ଡ କରୁଛନ୍ତି। ସେ ସ୍ପାଏ ଚରିତ୍ର ପାଇଁ ବଡି ଲାଙ୍ଗୁଏଜ୍‌ ଉପରେ ମଧ୍ୟ କାମ କରୁଛନ୍ତି। ୧୨ ଜାନୁଆରୀ ପରେ ସେ ଶୁଟିଂ ଆରମ୍ଭ କରିଦେବେ। ଏହି ଶୁଟିଂ ଶିଡ୍ୟୁଲ ୧୫ ଦିନ ରହିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଅଜୟ ଦେବଗନଙ୍କ ‘ଭୁଜ୍‌: ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ ଏକ ୱାର ଡ୍ରାମା ସିନେମା। ଏହି ଫିଲ୍ମ ୧୯୭୧ ଇଣ୍ଡୋ-ପାକ୍‌ ଯୁଦ୍ଧ ବ୍ୟାକ୍‌ଡ୍ରପ୍‌ ଉପରେ ନିର୍ମାଣ ହେଉଛି। ଫିଲ୍ମରେ ଅଜୟ ଭୁଜ୍‌ ଏୟାରବେସ୍‌ର ଇନ୍‌ଚାର୍ଜ ଥିବା ସ୍କ୍ବାଡ୍ରନ ଲିଡର ବିଜୟ କର୍ଣ୍ଣିକାଙ୍କ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି। ତାଙ୍କ ବ୍ୟତୀତ ଫିଲ୍ମରେ ସୋନାକ୍ଷୀ ସିହ୍ନା ଜଣେ ସୋସାଲ ୱାର୍କର, ସଞ୍ଜୟ ଦତ୍ତ ଜଣେ ସ୍ଥାନୀୟ ବାସିନ୍ଦା ଓ ରାଣା ଦଗ୍‌ଗୁବତୀ ଲେଫ୍ଟେନାଣ୍ଟ କର୍ଣ୍ଣଲ ଓ ଏମି ଭିର୍କ ଜଣେ ପାଇଲଟ ଚରିତ୍ରରେ ଅଭିନୟ କରିବେ ବୋଲି ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ