ପରିତ୍ୟକ୍ତ ଅବସ୍ଥାରେ ପଡିରହିଚି ଡ଼ଷ୍ଟବିନ୍, : ସୋସିଆଲ ମିଡିଆରେ ଫୋଟ ଭାଇରାଲ୍

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ମହକୁମା ପଂଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ କାମରେ ନ ଲାଗି ଦୀର୍ଘ ବର୍ଷ ହେବ ପରିତ୍ୟକ୍ତ ଅବସ୍ଥାରେ ଡ଼ଷ୍ଟବିନ୍ ପଡିରହିଥିବା ଫୋଟ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି l
ପ୍ରକାଶ ଯେ, ରାୟଗଡ଼ ଗ୍ରାମ ପଞ୍ଚାୟତର ରାୟଗଡ଼ ଗ୍ରାମରେ ଆଜକୁ ପ୍ରାୟ ୧୫ ରୁ ୧୭ ବର୍ଷ ହେବ ମୁଖ୍ୟ ରାସ୍ତା ସଫା କରାଯାଇନଥିବା ବେଳେ ଏଠି ସେଠି ଓଳିଆ ଆବର୍ଜନା ପଡିରହି ପରିବେଶ ଗନ୍ଧମୟ ସ୍ରୁଷ୍ଟି ହୋଇଛି l ବ୍ଲକ ସଦର ମହକୁମା ରାୟଗଡ଼ ପଞ୍ଚାୟତର ରାୟଗଡ଼ ଗ୍ରାମକୁ ସରକାରୀ କିମ୍ବା ବେସରକାରୀ କାମ ନେଇ ଦୈନିକ ପ୍ରାୟ ଦୁଇ ହଜାର ଲୋକ ଆସିଥାନ୍ତି l ପ୍ରତେକ ଦିନ ଓଳିଆ ଆବର୍ଜନା ପଡ଼ି ରହୁଛି l ଯାହାଫଳରେ ମଶା ମାଛିର ପାଦ୍ରୁ ଭାବ ଦିନକୁ ଦିନ ବଢ଼ି ଚାଲିଛି l ଏହାକୁ ନେଇ ପରିବେଶ ବିତ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି l ଏହାକୁ ଦୃଷ୍ଟିରେ ରଖି ରାୟଗଡ଼ ପଞ୍ଚାୟତ ପକ୍ଷରୁ ରାୟଗଡ଼ର ବିଭିନ୍ନ ସ୍ଥାନରେ ଡ଼ଷ୍ଟବିନ୍ ରଖିବା ପାଇଁ ଅଣାଯାଇଥିଲା କିନ୍ତୁ ତାହା ଦୀର୍ଘ ବର୍ଷ ହେବ ଲକ୍ଷାଧିକ ଟଙ୍କାର ଡ଼ଷ୍ଟବିନ୍ ସେମିତି ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ବେଳେ ଏବେ ତାହା ସୋସିଆଲ ମିଡ଼ିଆ ରେ ଫୋଟ ଭାଇରାଲ୍ ହେବାରେ ଲାଗିଛି l ଏହା ସହ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି l ତେବେ ଏଠାରେ ଡ଼ଷ୍ଟବିନ୍ ବଣ୍ଟାନଯାଇ କେଉଁ ପରିସ୍ଥିତିରେ କାହା ନିର୍ଦ୍ଦେଶରେ ତାହା ରଖାଯାଇଛି ତଦନ୍ତ ସାକ୍ଷପ l ଏକ ଡମପେଡ଼ ତିଆରି କରିବା ସହ ଓଳିଆ ସଂଗ୍ରହ ପାଇଁ ଏକ ଗାଡ଼ି ଅଣାହେବ ଏହାପରେ ପ୍ରତି ଛକ ଛକ ମାନଙ୍କରେ ଡ଼ଷ୍ଟବିନ୍ ରଖାଯିବ ବୋଲି ବିଡିଓ ରାଜା ରଞ୍ଜିତ ପ୍ରତାପ ବଳ କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ