ପରିତ୍ୟକ୍ତ ଘରୁ ମଣିଷର ନରକଙ୍କାଳ
ଜଗତସିଂହପୁର/ଏରସମା, (ଅନସୂୟା ରାଉତ):ଜଗତସିଂହପୁର ଜିଲ୍ଲାର ଏରସମା ଥାନା ଅନ୍ତର୍ଗତ ବାଇଲ ଗ୍ରାମର ଏକ ଭଙ୍ଗା ପରିତ୍ୟକ୍ତ ଘରୁ ଏକ ମଣିଷ କଙ୍କାଳ ମିଳିଥିବା ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁସାରେ ବାଇଲ ଗ୍ରାମର ସରୋଜ କାନ୍ତ ମିଶ୍ର ଦିଲ୍ଲୀରେ ରୁହନ୍ତି। ତାଙ୍କ ଘରଟି ଗାଁ ଠାରୁ ଟିକେ ଦୂରରେ ଏକୁଟିଆ ଅଟେ। ସେ ବାପାଙ୍କ ଶ୍ରାଦ୍ଧ ଦେବାକୁ ନିଜ ଘରକୁ ଆସିଥିଲେ। ଘର ଖୋଲି ଦେଖିଲା ପରେ ଏକ କଙ୍କାଳ ପଡିଥିବା ଦେଖି ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ଏରସମା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଗାଁର ସଙ୍କର ସ୍ବାଇଁ ତିନି ମାସ ତଳୁ ନିଖୋଜ ଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲେ। ସେ ଜଣେ ମାନସିକ ରୋଗୀ ବୋଲି ସୂଚନା ମଧ୍ୟ ପାଇଥିଲେ। ତେଣୁ ଉକ୍ତ କଙ୍କାଳଟି ସଙ୍କରର ବୋଲି ସନ୍ଦେହ କରାଯାଏ। ତେବେ ସେ କେମିତି ମଲା ସେ ବିଷୟରେ ଏରସମା ଥାନା ପୋଲିସ ଖୋଳ ତାଡ ଆରମ୍ଭ କରିଛି।


