ପରିବର୍ତ୍ତନଶୀଳ ଜୀବନଶୈଳୀ ହିଁ କିଡ୍ନୀ ଷ୍ଟୋନ୍ର ମୁଖ୍ୟ କାରଣ

କିଡ୍ନୀ ଷ୍ଟୋନ୍ ବା ପଥର ଯେ କୌଣସି ବର୍ଗର ଲୋକଙ୍କୁ ହୋଇପାରେ । ଏହା କୌଣସି ରୋଗ ନୁହେଁ, ବରଂ ଆମ ପରିବର୍ତ୍ତନଶୀଳ ଜୀବନଶୈଳୀ ଯାଗୁ ଏପରି ସମସ୍ୟା ଦେଖାଦିଏ । କିଡ୍ନୀରେ ଷ୍ଟୋନ୍ ହେଲେ ଅସହ୍ୟ ଯନ୍ତ୍ରଣା ହୋଇଥାଏ । ବାହାର ତେଲ ମସଲା ଯୁକ୍ତ ଖାଦ୍ୟ, କମ୍ ପାଣି ପିଇବା ଇତ୍ୟାଦି ଏହାର ମୁଖ୍ୟ କାରଣ ।
ଯଦି ଆପଣ ଏହାର ଶିକାର ହେବା ପାଇଁ ଚାହୁଁନାହାନ୍ତି ତା’ହେଲେ ଆପଣଙ୍କୁ ନିଜର କିଛି ଖରାପ ଅଭ୍ୟାସ ବଦଳାଇବାକୁ ପଡ଼ିବ । ଆସନ୍ତୁ ଜାଣିବା ଆପଣ ଜୀବନଶୈଳୀରେ କେଉଁ ବିଷୟରେ ପରିବର୍ତ୍ତନ କରିବା ଆବଶ୍ୟକ ।
ଭରପୁର ପାଣି ପିଅନ୍ତୁ
ଆମ ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିବା ପାଇଁ ପାଣି ନିହାତି ଜରୁରୀ ହୋଇଥାଏ । ଏଥିପାଇଁ ଆପଣ ଯେଉଁ ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନା କାହିଁକି ସେମାନେ ଭରପୁର ପାଣି ପିଇବାକୁ କହିଥାନ୍ତି ।
ଶରୀରରୁ ବାହାରିପାରୁ ନଥିବା ଜିନିଷ ଜମା ହୋଇ ରହିଲେ ତାହା କିଡ୍ନୀରେ ଷ୍ଟୋନ୍ ସୃଷ୍ଟି କରିଥାଏ । ତେଣୁ ଆପଣ ପାଣି ପିଇବାକୁ ଭୁଲନ୍ତୁନାହିଁ । ସବୁବେଳେ ଆପଣଙ୍କ ସାଙ୍ଗରେ ପାଣି ବଟଲ୍ ରଖନ୍ତୁ ।
ଯଦି ଆପଣ ମଦ୍ୟପାନ କରୁଛନ୍ତି ତାହା ହେଲେ ଏଥିରୁ ନିବୃତ୍ତ ରୁହନ୍ତୁ ।
ଖାଦ୍ୟରେ ଲୁଣର ମାତ୍ରା କମ୍ କରନ୍ତୁ
ଲୁଣ କେବଳ ରକ୍ତଚାପ ସମସ୍ୟା ଥିବା ରୋଗୀଙ୍କ ପାଇଁ ଖରାପ ନୁହେଁ, ଆମ ସମସ୍ତଙ୍କ ପାଇଁ ମଧ୍ୟ ଲୁଣ ବହୁତ ଖରାପ ହୋଇଥାଏ । ଯଦି ଆପଣ ଖାଦ୍ୟରେ ଅଧିକା ଲୁଣ ବ୍ୟବହାର କରୁଛନ୍ତି ତାହା ହେଲେ ଏହାକୁ କମାନ୍ତୁ । ଖାଦ୍ୟରେ ଲୁଣର ମାତ୍ରା କମ୍ କରିଲେ ୟୁରିନ୍ରେ ସୋଡ଼ିୟମ୍ ମାତ୍ରା ମଧ୍ୟ ବଢ଼ିଯାଇଥାଏ । ଏଥିପାଇଁ ଷ୍ଟୋନ୍ ହେବାର ଆଶଙ୍କା ମଧ୍ୟ ରହିଥାଏ ।
ବହୁତ ଔଷଧ ଖାଇବା
ଡାକ୍ତରଙ୍କୁ ନ ପଚାରି ଭିଟାମିନ୍, କ୍ୟାଲ୍ସିୟମ୍ ଔଷଧ ଖାଇବା, ଜ୍ୱର ଥଣ୍ଡା ହେଲେ ଡାକ୍ତରଙ୍କ ପରାମର୍ଶ ନ ନେଇ ଔଷଧ ଖାଇବା ଦ୍ୱାରା ଷ୍ଟୋନ୍ ହେବାର ଆଶଙ୍କା ରହିଥାଏ । ଏକାବେଳେ ବହୁତ ଔଷଧ ଖାଇବା ଠିକ୍ ନୁହେଁ । କ୍ୟାଲ୍ସିୟମ୍ ଏବଂ ଭିଟାମିନ୍ ଔଷଧ ଖାଇବା ବଦଳରେ ଆପଣ ପନିପରିବା ଏବଂ ଫଳମୂଳ ଖାଇବା ଭଲ । ଆପଣ ଯେତେବଳେ ବି କିଛି ଔଷଧ ଖାଉଛନ୍ତି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଅଧିକ ମାଂସ ଖାଇବା
ସ୍ୱାଦ ଏବଂ ସ୍ୱାସ୍ଥ୍ୟ ପାଇଁ ଆମେ ମାଂସ ଖାଇଥାଉ । କିନ୍ତୁ ଏହାକୁ ଅଧିକ ଖାଇବା ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥାଏ । ଲାଲ୍ ମାଂସ, ସି-ଫୁଡ୍, ଅଣ୍ଡା ଇତ୍ୟାଦି ଖାଇବା ଦ୍ୱାରା ଶରୀରରେ ୟୁରିକ୍ ଏସିଡ୍ର ସ୍ତର ବଢ଼ିଯାଇଥାଏ । ଏଥିପାଇଁ କିଡ୍ନୀରେ ଷ୍ଟୋନ୍ ହେବାର ଆଶଙ୍କା ରହିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ