ପରିବହନକୁ କେନ୍ଦ୍ର କରି ମାରପିଟ୍ , ଥାନାରେ ଏତଲା

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): ଯୋଡା ଥାନା ଅନ୍ତର୍ଗତ କମାରଯୋଡାଠାରେ ଲୁହାପଥର ପିଲେଟ ପରିବହନକୁ କେନ୍ଦ୍ର କରି ମାରପିଟ ହୋଇଥିବା ନେଇ ଶନିବାର ଥାନାରେ ଏତଲା ହୋଇଛି । ପୋଲିସର ସୂଚନାନୁଯାୟୀ ଜଣାପଡିଛି ଯେ, ଏକ ଲୁହାପଥର ପିଲେଟ ଉତ୍ପାଦନକାରୀ କମ୍ପାନୀ ପକ୍ଷରୁ ୨୦୦ ଟ୍ରିପ୍ ପିଲେଟ ଜୁରୁଡି ରେଳସାଇଡିଂକୁ ପରିବହନ କରିବା ପାଇଁ ଏକ ପରିବହନକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଶୁକ୍ରବାର ଦିନ ବାଂଶପାଣି ରେଳସାଇଡିଂରୁ ଗଛିତ ରଖାଯାଇଥିବା ଲୁହାପଥର ଗୋଲି ପିଲେଟ ପରିବହନ ହେଉଥିଲା । ପରିବହନକାରୀ ସଂସ୍ଥା ପକ୍ଷରୁ ୪୦ ଟ୍ରିପ୍ ପରିବହନ ହେବା ପରେ ବନ୍ଦ କରାଯାଇଥିଲା ଏବଂ ପରେ ପୁଣି ଥରେ ପରିବହନ ଆରମ୍ଭ କରାଯାଇଥିଲା । ଏଥିରେ ସ୍ଥାନୀୟ ଗାଡିଗୁଡିକୁ ପରିବହନ କାର୍ଯ୍ୟ ଦେବାକୁ ନେଇ ସେଠାରେ ଉପସ୍ଥିତ ଥିବା ଅମର ମହାକୁଡ, ଗୁରୁମିତ ସିଂ , ଚନ୍ଦ୍ରକାନ୍ତ ବେହେରାଙ୍କ ସହିତ ସନ୍ତୋଷ ସିଂ, ବବି ରାୟ, ବୁଦ୍ଧଦେବ ବାନାର୍ଜିଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହେବା ପରେ ଉଭୟଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ଗୁରୁମିତ ସିଂ, ଅମର ମହାକୁଡ, ଚନ୍ଦ୍ରକାନ୍ତ ବେହେରାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ନେଇ ଯୋଡା ଥାନାରେ ଲିଖିତ ଅଭିଯୋଗ ହେବା ପରେ ଯୋଡା ଥାନା ପକ୍ଷରୁ କେଶ ନଂ ୧୫୮/୨୦୧୯, ଦଫା ୩୪୧,୩୨୩,୨୯୪,୩୦୭, ୫୦୬, ୩୪ ଆପିସି ରୁଜୁ କରାଯାଇଥିବା ପୋଲିସ ସୂଚନା ଦେଇଛି । ଅନ୍ୟ ପକ୍ଷରେ ଏହି ଘଟଣାକୁ ନେଇ ଏକ ପାଲଟା ଅଭିଯୋଗ କରାଯାଇଥିବା ପୋଲିସ ସୂଚନା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ