ପରିବହନ ବିଭାଗର ନିୟମକୁ ଫୁ ;ପଶୁଭଳି ବୁହା ହେଉଛନ୍ତି ଲୋକେ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଲାକଡାଉନ,ସଟଡାଉନ ନିୟମରେ ସରକାର କୋହଳ କରିଥିବା ବେଳେ ମହାମାରୀ କରୋନା ପାଇଁ ଅନ୍ୟ ନିୟମ ଗୁଡିକ ବଳବତ୍ତର ରହିଛି। ତେବେ କୋହଳ ନିୟମ ବାଦ ଅନ୍ୟ ସବୁ ନିୟମକୁ ଜଳାଞ୍ଜଳି ଦେଇ ପିକଅପ ଭ୍ୟାନରେ ବୋଝେଇ ହୋଇ ବୁହା ହେଉଛନ୍ତି ଲୋକେ। ସେମାନଙ୍କ ମଧ୍ୟରେ ନା ଥିଲା ସାମାଜିକ ଦୂରତା, ନା ମୁହଁରେ ଥିଲା ମାସ୍କ। ତେବେ ମାଲିକର ଲାଭଖୋର ନୀତି ଏମାନଙ୍କୁ କେତେବେଳେ ଯେ ମୃତ୍ୟୁ ମୁହଁକୁ ଠେଲିବ ତାହା କହିବା ମୁସ୍କିଲ। ସେହିପରି ପରିବହନ ବିଭାଗ ନିୟମ ଥିଲେ ମଧ୍ୟ କୌଣସି ମାଲବାହୀ ଯାନରେ ମଣିଷ ବୁହା ହୋଇପାରିବେ ନାହିଁ। ତେଣୁ ଏଠାରେ ପରିବହନ ବିଭାଗର ନିୟମକୁ ଫୁ କରି କିଭଳି ସ୍ଥିତିରେ ମାଲବାହୀ ଯାନରେ ମଣିଷ ବୁହା ହେଉଛି, ତାହା ଏବେ ପରିବହନ ବିଭାଗର ପାରିବା ପଣିଆକୁ ପଦାରେ ପକାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋଦ ବାଲିଗୁଡା ସହରରେ ଅନେକ ମାଲବାହୀ ଯାନ ତଥା ପିକଅପ ଭ୍ୟାନ, ଟାଟା ଏସି ଆଦି ଯାନରେ ସ୍ଵାର୍ଥ ପାଇଁ ପଶୁଭଳି ଗାଡ଼ିରେ ଲଦା ହୋଇ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ତେଣୁ ପରିବହନ ବିଭାଗ ସାଧାରଣ ମଣିଷଙ୍କ ଜୀବନ ସୁରକ୍ଷା ପାଇଁ ଏସବୁ ଘଟଣାକୁ ଦୃଷ୍ଟିରେ ରଖି ନିୟମକୁ କଡ଼ାକଡ଼ି କରିବା ସହିତ ସଂପୃକ୍ତ ଗାଡି ମାଲିକ ଓ ଚାଳକଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ