ପରିବହନ ବ୍ୟବସ୍ଥାରେ ସୁଧାର ପାଇଁ ଅଣ୍ଟା ଭିଡ଼ିଲା ଓଡ଼ିଶା ଫୋରଟି
ଭୁବନେଶ୍ୱର,(ଯୁଗାଦ୍ଦ ନ୍ୟୁଜ) ରାଜ୍ୟରେ ପରିବହନ କ୍ଷେତ୍ରରେ ଦେଖାଦେଇଥିବା ଚରମ ଅବ୍ୟବସ୍ଥା ଯୋଗୁ ପଣ୍ୟବାହୀ ମୋଟର ଯାନ ମାଲିକମାନେ ନାନାଦି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଏପରିକି ମାର ମାର ଭଣ୍ଡାରିଆକୁ ମାର ନୀତିରେ କେବଳ ମୋଟର ଯାନ ମାଲିକମାନେ ପ୍ରଶାସନିକ ନାଲି ଆଖିର ଶିକାର ହେଉଛନ୍ତି । ରାଜ୍ୟରେ ପରିବହନ ବ୍ୟବସ୍ଥାରେ କୌଣସି ନିର୍ଦ୍ଦିଷ୍ଟ ନୀତି ନିୟମ ନାହିଁ । ସ୍ଥାନୀୟସ୍ତରରେ ପଣ୍ୟ ପରିବହନ କ୍ଷେତ୍ରରେ ମାଫିଆରାଜ ବୃଦ୍ଧି ପାଉଥିବା ବେଳେ ଆତ୍ମନିଯୁକ୍ତି ପାଇଁ ପରିବହନ କ୍ଷେତ୍ରରେ ନୂଆ ମୋଟର ଯାନ କ୍ରୟ କରୁଥିବା ବେକାର ଯୁବକମାନେ ଏଥିରୁ ବଞ୍ôଚତ ହେଉଛନ୍ତି । ଏଭଳି ଏକଛତ୍ରବାଦ ଓ ଏକ·ଟିଆ ନୀତି ଯୋଗୁ ରାଜ୍ୟରେ ସାମଗ୍ରିକ ଭାବେ ପଣ୍ୟଦ୍ରବ୍ୟ ପରିବହନ କ୍ଷେତ୍ରରେ ଏହାର କୁପ୍ରଭାବ ପଡ଼ିଛି । ଖଣି ଅଞ୍ଚଳରେ ଲୁହାପଥର, ପଥର, ଚିପ୍ସ, ବାଲି, ମୋରମ ଓ ବାହ୍ୟ ଅଞ୍ଚଳରେ କୋଇଲା, ଚିପ୍ସ, ପେଟକୋକ ପରିବହନ ସମସ୍ୟା ଉକ୍ରଟ ହୋଇଛି । ଏହାର ପ୍ରତିକାର ବ୍ୟବସ୍ଥା ପାଇଁ ରାଜ୍ୟରେ ଗଠିତ ଫୋରଟି (ଟ୍ରକ, ଟ୍ରେଲର, ଟ୍ରିପର ଓ ଟ୍ୟାଙ୍କର) ମାଲିକ ସଂଘ ପକ୍ଷରୁ ଏକ ବୈଠକ ଭୁବନେଶ୍ୱର ଉକ୍ରଳ ସାମ୍ବାଦିକ ଭବନରେ ସଂଘର ସଭାପତି ଶ୍ରୀ ବିଭୂତି ଭୂଷଣ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଅଞ୍ଚଳରେ ମୁଷ୍ଟିମେୟ ବ୍ୟକ୍ତିବିଶେଷଙ୍କ ପ୍ରଭାବାକୁ ପ୍ରତିହତ କରି ପ୍ରଶାସନିକସ୍ତରରେ ପରିବହନ କ୍ଷେତ୍ରକୁ ସୁବ୍ୟବସ୍ଥିତ କରିବା ପାଇଁ ଆବଶ୍ୟକୀୟ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହି ବୈଠକରେ ପାରାଦୀପ, କୋଇଡ଼ା,କେନ୍ଦୁଝର, ବଡ଼ବିଲ୍, ଯୋଡ଼ା, ଚଣ୍ଡିଖୋଲ, ଝାରସୁଗୁଡ଼ା, ରାଉରକେଲା, କଟକ, ଭୁବନେଶ୍ୱର, ଚୌଦ୍ୱାର ଇତ୍ୟାଦି ଅଞ୍ଚଳରୁ ଶତାଧିକ ପ୍ରତିନିଧି ଯୋଗ ଦେଇ ସଂଘର ଆଭିମୁଖ୍ୟକୁ ସମର୍ଥନ ଦେବା ସହିତ ସମ୍ପୃକ୍ତ ଅଞ୍ଚଳରେ ଦୃଢତାର ସହ କାର୍ଯ୍ୟ କରିବାକୁ ଘୋଷଣା କରିଥିଲେ । ସମ୍ପାଦକ ବାମଦେବ ସାହୁ ସାଂଗଠନିକ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିବା ବେଳେ ଉପଦେଷ୍ଟା ନୃସିଂହ ନାରାୟଣ ଦାସ, କେଦାର ଜେନା, ପାରାଦ୍ୱୀପ ଫୋରଟିର କାର୍ଯ୍ୟକାରୀ ସଭାପତି ସେକ୍ ବସିର ଅଲ୍ଲୀ, କୋଷାଧ୍ୟକ୍ଷ ରାଜେନ ଚୌଧୁରୀ, ପ୍ରତିଷ୍ଠାତା ସଭ୍ୟ ଏନ୍.ଏମ୍. ବୈଶାଖ ଆଲୋଚନାରେ ଭାଗ ନେଇଥିଲେ । ପରି·ଳନା କମିଟିକୁ ଚଣ୍ଡିଖୋଲରୁ ମହମ୍ମଦ ଜସିମ୍ ଉଦ୍ଦିନ, ଭୁବନେଶ୍ୱରରୁ ଚନ୍ଦନ ସାହୁ, ମଙ୍ଗୁଳିରୁ ଦିଲ୍ଲୀପ ସାହୁ, ବଡ଼ବିଲ୍ରୁ ପ୍ରତାପ ସାହୁ, କୋଇଡ଼ାରୁ ସୁରେନ୍ଦ୍ର ବେହେରା ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା । ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ନିମନ୍ତେ ଆସନ୍ତା ୩୦ ତାରିଖ ରବିବାର ଦିନ ପୂର୍ଣ୍ଣାଙ୍ଗ ବୈଠକ ଆହ୍ୱାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ ଶୁଭେନ୍ଦୁ ମହାନ୍ତି, ଜଗନ୍ନାଥ ପରିଜା, ଜଗନ୍ନାଥ ପାଇକରାୟ, ମିଷ୍ଟର ରାଜା ।


