ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ପିତା ବିୟୋଗ

ଫୁଲବାଣୀ (ସୁନୀଲ କୁମାର ବେହେରା)ସମଗ୍ର ବିଶ୍ୱରେ କରୋନା ର କରାଳ ଛାୟା ମାଡି ଚାଲିଥିବା ସମୟରେ କନ୍ଧମାଳ ଜିଲ୍ଲାର ବରିଷ୍ଠ ବରପୁତ୍ର ତଥା ବର୍ତମାନ ର ସୋନପୁର ଜିଲ୍ଲା ବୀରମହାରାଜପୁର ବିଧାୟକ ଓ ନବୀନ ପଟନାୟକ ସରକାର ରେ ଥିବା ବରିଷ୍ଠ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ଙ୍କ ପିତା ଶ୍ରୀ କାର୍ତିକ ବେହେରା ଙ୍କ 93 ବୟସରେ ଭୁବନେଶ୍ୱର ୟୁନିଟ 6 ସ୍ଥିତ ତାଙ୍କ ସରକାରୀ ବାସଭବନ ରେ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଇହଧାମ ତ୍ୟାଗ କରିଛନ୍ତି , ରାଜ୍ୟରେ କରୋନା କଟକଣା ଓ ଶ୍ରୀକ୍ଷେତ୍ର ପୁରୀ ରେ ମହାପ୍ରଭୁ ଜଗନ୍ନାଥ ଙ୍କ ର ରଥଯାତ୍ରା ଯୋଗୁଁ ପୁରୀ ଜିଲ୍ଲାର ସମସ୍ତ ପ୍ରବେଶ ପଥ ଗୁଡିକ ସିଲ କରାଯାଇଥିବାରୁ ସ୍ୱର୍ଗଦ୍ୱାର ପରିବର୍ତ୍ତେ ନିଜ ଗ୍ରାମ ନିଜ ଫିରିଗିଆ ବ୍ଲକର ନୂଆପଦର କୂ ତାଙ୍କ ମରଶରୀର ଅଣାଯାଇଥିଲା , ମନ୍ତ୍ରୀ ପଦ୍ମନାଭ ଙ୍କ ବାପାଙ୍କ ମୃତ୍ୟୁ ଖବର ପାଇଲା ପରେ ତାଙ୍କର ଆତ୍ମୀୟ, ସ୍ୱଜନ , ବନ୍ଧୁ, ବାନ୍ଧବ ସୁଭେଛୁ , ଓ ସମର୍ଥକ ମାନେ ସମବେଦନା ଜଣାଇବା ପାଇଁ ସହସ୍ରାଧିକ ସଂଖ୍ୟାରେ ନୂଆପଦର ଅଭିମୁଖେ ଛୁଟି ଆସିଥିଲେ ଶେଷ ଦର୍ଶନ କରି ଅନ୍ତେଷ୍ଟି କ୍ରିୟାରେ ଯୋଗଦେବାପାଇଁ , | ସ୍ବର୍ଗୀୟ କାର୍ତିକ ବେହେରା ଜଣେ ଅତି ସରଳ ସ୍ଵଭାଵ , ନିଷ୍କପଟ ହୃଦୟର ବ୍ୟକ୍ତି ଥିଲେ , ତାଙ୍କର 4ଗୋଟି ପୁଅ ଓ ଏକ ମାତ୍ର କନ୍ୟା ସନ୍ତାନ ମଧ୍ୟରୁ ଦ୍ୱିତୀୟ କନିଷ୍ଠ ପୁତ୍ର ହେଉଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ଅଟନ୍ତି , ମନ୍ତ୍ରୀଙ୍କର ଏହି ଦୁଃଖଦ ସମୟରେ ସୁଦୂର ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ଥିବା ସୁଭେଛୁ ସମର୍ଥକ ମାନେ ମଧ୍ୟ ଆସି ସମବେଦନା ଜଣାଇବାକୁ ଭୁଲିନଥିଲେ , ମନ୍ତ୍ରୀ ଙ୍କ ପିତାଙ୍କ ମର୍ତ୍ୟୁରେ କନ୍ଧମାଳ ଜିଲାରେ ଶୋକର ଚ୍ୟାଖେଳିଯାଇଥିଲା , ଏବଂ ଜାତି, ବର୍ଣ୍ଣ , ଧର୍ମ ନିର୍ବିଶେଷରେ ସମସ୍ତ ଜନସାଧାରଣ ସମେତ ଫୁଲବାଣୀ ବିଧାୟକ ଶ୍ରୀ ଅଙ୍ଗଦ କହଁର ମଧ୍ୟ ଶବ ଶୋଭାଯାତ୍ରା ରେ ସାମିଲ ହୋଇ ଅନ୍ତେଷ୍ଟି କ୍ରିୟା କର୍ମ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ