ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଆରୋଗ୍ୟ କାମନା କରି ଶାନ୍ତି ଯଜ୍ଞ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):ଓଡିଶା ରାଜ୍ୟ ସରକରଙ୍କ ପରିବହନ ଓ ଯୋଜନା ସମନ୍ୱୟ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ଏବଂ ତାଙ୍କ ଧର୍ମପତ୍ନୀ ତଥା ପୂର୍ବତନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରମତୀ ବିଷ୍ଣୁପ୍ରିୟା ବେହେରାଙ୍କ ସମେତ ତାଙ୍କ ପରିବାରର ଅନ୍ୟକିଛି ସଦସ୍ୟ କରୋନା ଆକ୍ରାନ୍ତ ହେବା ପରେ ବର୍ତ୍ତମାନ ସମସ୍ତେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଖବର ଜଣାପଡିବା ପରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ ତାଙ୍କ ସମର୍ଥକ ମାନେ ତାଙ୍କର ଏବଂ ତାଙ୍କ ପରିବାର ସଦସ୍ୟମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଫିରିଙ୍ଗିଆ ଅଞ୍ଚଳର ଜଣାଶୁଣା ଠିକାଦାର ତଥା ସମାଜସେବୀ ପ୍ରଶାନ୍ତ କୁମାର ନାଏକଙ୍କ ନେତୃତ୍ୱରେ ଫିରିଙ୍ଗିଆ ବ୍ଲକ ରତଙ୍ଗ ଠାରେ ଥିବା ଭୋଲେଶ୍ୱର ଶୈବ ପିଠ ଠାରେ ମନ୍ତ୍ରୀ ଓ ତାଙ୍କ ପରିବାରର ଆସୁ ଆରୋଗ୍ୟ କାମନା କରି ୧୦୮ ବେଲପତ୍ର ଲାଗି କରିବା ସହ ଏକ ନବଗ୍ରହ ଶାନ୍ତି ଜଜ୍ଞ ଅନୁଷ୍ଠିତ କରାଯାଇଥିଲ।। ଜଣାଶୁଣା ପୂଜକ ପଣ୍ଡିତ ସିମାଞ୍ଚଳ ପଣ୍ଡା ପୂଜକ ଭାବରେ ଯୋଗ ଦେଇଥିବା ବେଳେ ଖୋଦ ପ୍ରଶାନ୍ତ ନାଏକ କର୍ତ୍ତା ଭାବରେ ଦାୟିତ୍ୱ ସମ୍ପାଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁବ୍ରତ କୁମାର ମହାନ୍ତି, ଚଳଚିତ୍ର ଅଭିନେତା ଗୁନା ମହାପାତ୍ର, ରତଙ୍ଗ ପାଟଭୁକ୍ତା ବିମଳ ମହାକୁଡ, ଅନଙ୍ଗ ମହାଙ୍କୁଡ ଙ୍କ ସହ ଭୋଲେଶ୍ୱର ଶୈବପିଠର ସମସ୍ତ ପୂଜକ ବାଡଗ୍ରାହି ଶେବାୟତ ରତଙ୍ଗ ଅଞ୍ଚଳର ଜନସାଧାରଣ ତଥା ମନ୍ତ୍ରୀଙ୍କ ବହୁ ସମର୍ଥକ ଉପସ୍ଥିତ ଥିଲେ।