ପରିବାରେ ମହଙ୍ଗା ମାଡ଼ ଖାଉଟି ହତାଶ : ବେପାରୀ ଚିନ୍ତାରେ
ହିଂଜିଳିକାଟୁ, (ଶେଷଦେବ ସାହୁ): ପରିବାରେ ମହଙ୍ଗା ମାଡ଼ । ବାହାଘର ମାସକୁ ପରିବାର ଅଭାବ ମୂଲ୍ୟକୁ ଦୁଇଗୁଣାରୁ ଅଧିକ କରିଛି । ପରିବା ମହଙ୍ଗା ସବୁ ସ୍ଥରକୁ ପ୍ରଭାବିତ କରିଛି । ଘର ପାଇଁ ବ୍ୟାଗଟିଏ ଧରି ଖାଉଟି ପରିବା ବଜାରକୁ ଯାଉଥିଲେ ହେଁ ପରିବାର ମୂଲ୍ୟ ଯଥେଷ୍ଟ ବୃଦ୍ଧି ହୋଇଥିବା ଶୁଣି ମୁଣ୍ଡରେ ହାତ ଦେଉଛି । ଯଦିବା କିଛି ଆଣୁଛି, ତେବେ ତିଲା ବାଲାର ୫ ଶହ ଟଙ୍କାରେ ବ୍ୟାଗ ପୁରୁନି । ଗରୀବ ଏବଂ ମଧ୍ୟବିତ ଶ୍ରେଣୀର ଲୋକେ ପରିବା ଦର ଶୁଣି ମୁଣ୍ଡକାନ ଆଉଁଶି ଦେଉଛନ୍ତି । ବେପାରୀ ମାନେ ବି ପରିବା ମୂଲ୍ୟକୁ ନେଇ ଚିନ୍ତାରେ । ଚଢା ମୂଲ୍ୟରେ ଆଣି ଲାଭ ରଖି ଖାଉଟିଙ୍କୁ ବିକ୍ରି କରିବାକୁ ଡ଼ରୁଛି । ପରିବା ମୂଲ୍ୟ ବି ହୋଟେଲ ବ୍ୟବସାୟୀଙ୍କୁ ପ୍ରଭାବିତ କରିଛି । ଷ୍ଟାର ବା ବଡ଼ ବଡ଼ ହୋଟେଲ ଅପେକ୍ଷା ଛୋଟ ଛୋଟ ହୋଟେଲ ବାଲାଙ୍କୁ ପରିବା ମୂଲ୍ୟ ହରଡ଼ ଘଣାରେ ପକାଇଛି । ନନେଲେ ହେବନି, ନେଲେ ଲାଭ ମିଳିବନି, ଏଭଳି ଚିନ୍ତାରେ ହୋଟେଲ ବ୍ୟବସାୟୀ ମଝିରେ ଛନ୍ଦି ହୋଇ ଯାହା କିଛି ନେଇ ଚଳାଇ ଦେଉଛି । କେବଳ ଖାଉଟି କି ହୋଟେଲ ବ୍ୟବସାୟୀ ନୁହେଁ ଭୋଜିଭାତ କରୁଥିବା ଲୋକେ ବି ପରିବା ମୂଲ୍ୟକୁ ଦେଖି ତାଟକା ପଡ଼ିଯାଉଛି । ଭୋଜି କରୁଥିବା ଲୋକଟି କାଂଟ ଛାଟ କରି ପରିବା ନେବାକୁ ବାଧ୍ୟ ହେଉଛି । ଏଭଳି ସ୍ଥିତ ଦେଖିବାକୁ ମିଳିଛି ହିଂଜିଳିକାଟୁ ସହରରେ । ହିଂଜିଳିକାଟୁ ପୌରାଂଚଳ ପରିବା ବଜାରରେ ଶତାଧିକ ବ୍ୟବସାୟୀ ବେପାର ବଣିଜ କରୁଛନ୍ତି । ସ୍ଥାନୀୟ ସହର ମଧ୍ୟରେ ଏକାଧିକ ପରିବା ଗୋଦାମ ମଧ୍ୟ ରହିଛି । ଛୋଟ ହେଉ ବା ବଡ଼ଚାଷୀ ନିଜ ଚାଷ ଜମିରେ ଅମଳ କରିଥିବା ପରିବାକୁ ବିକ୍ରି କରୁଛି । କିନ୍ତୁ ମୂଲ୍ୟ ଶୁଣି ଖାଉଟି ହତାସ ହୋଇପଡ଼ୁଛି । ହିଂଜିଳିକାଟୁ ପରିବା ବଜାରରେ ସମସ୍ତ ପ୍ରକାରର ପରିବା ଉପଲବ୍ଧ ରହିଛି । କିନ୍ତୁ ସ୍ଥାନୀୟ ଅଂଚଳର ପରିବର ଅଳ୍ପ ପରିମାଣର ଆସୁଥିବାରୁ ଏବଂ ବାହାର ଜିଲ୍ଲାରୁ ପରିବା ଆସୁଥିବାରୁ ବଜାରରେ ଚଢା ଦରରେ ବିକ୍ରି ହେୁଛି । ଗଂଜାମ ଜିଲ୍ଲା ହିଂଜିଳିକାଟୁ ବ୍ଳକର ଖଣ୍ଡରା, ଚାନ୍ଦୁଲି, ବୁରୁପୋଡ଼ା, ସିକିରି, ରାଳବ, ଶାସନ ଆମ୍ବଗାଁ, ବାଦିଆମ୍ବଗାଁ, ଖରିଡ଼ା, ଆଲପୁର ଭଳି ଗ୍ରାମାଂଚଳରୁ ଢେର ଅଧିକ ପରିମାଣରେ ପରିବା ଅମଳ କରାଯାଇ ଗଂଜାମ ଜିଲ୍ଲା ସମେତ ନିକଟବର୍ତି ଜିଲ୍ଲାକୁ ରପ୍ତାନି କରାଯାଉଥିଲା । ବିଭିନ୍ନସମୟରେ ଏଠାରେ ପରିବା ହାଉଜାଉ ହୋଇଥାଏ । ଏତେ ପରିମାଣରେ ପରିବା ଆସିଥାଏ ଯେ, ବାଇଗଣ କିଲୋ ୧୦ ଟଙ୍କାରେ ଖାଉଟି ନେଇଥାଏ । ଜହ୍ନି ହେଉ କି ଭେଣ୍ଡି ୧୦ ରୁ ୧୫ ଟଙ୍କାରେ ମିଳିଯାଇଥାଏ । ବିଲାତି ବାଇଗଣ ୨୦ ଯଙ୍କା ହେଲେ ବହୁତ । କଲରା, କାକୁଡ଼ି, ଛୁଇଁ, ପୋଟଳ, ଝୁଡ଼ୁଙ୍ଗ ଅତି ବେଶିରେ କିଲୋ ପିଛା ୨୦ ଟଙ୍କାରେ ମିଳି ଯାଇଥାଏ । କିନ୍ତୁ ବର୍ତମାନର ଅବସ୍ଥା ସଙ୍ଗୀନ । ଆଜିର ଦିନରେ ହିଂଜିଳିକାଟୁ ବଜାରରେ ବାଇଗଣ କିଲୋ ପିଛା ୫୦ ରୁ ୫୫ ଟଙ୍କାରେ ବିକ୍ରି ହେଉଛି । ସ୍ଥାନୀୟ ଅଂଚଳରେ ବାଇଗଣ ଅମଳ ହେଉନଥିବା ଯୋଗୁଁ ବାହାର ରାଜ୍ୟ ଆନ୍ଧ୍ରପ୍ରଦେଶରୁ ଆସୁଛି ବାଇଗଣ । ଗୋଦାମ ମାଲିକ ୪୫ ରୁ ୫୦ ଟଙ୍କାରେ କଂଟା କରି ବେପାରୀକୁ ଦେଉଛି । ସେଥି ମଧ୍ୟରୁ ପୋକରା ଓ ପଚାସଢା ରହୁଛି, ସେଥିଲାଗି ବେପାରୀ ଖାଉଟିଙ୍କୁ କିଲୋ ପିଛା ୫୫ ରୁ ୬୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ସେହିପରି ଭେଣ୍ଡି ୩୦ ଟଙ୍କା, ଜହ୍ନି ୪୦ ଟଙ୍କା, ପୋଟଳ ୪୦ ଟଙ୍କା, ଭଣ୍ଡା ୨୫ ଟଙ୍କା, କାକୁଡ଼ି ୪୦ ଟଙ୍କା, ଫୁଲକୋବି ୬୦ ଟଙ୍କା, ବନ୍ଧାକୋବି ୩୫ ଟଙ୍କା, ମୁନିକା ୧୦୦ ଟଙ୍କା, କଂଚା ଲଙ୍କା ୧୫୦ ଟଙ୍କା ରହିଛି । ଏହି ମୂଲ୍ୟ ଶୁଣି ଖାଉଟିଙ୍କ ଚିନ୍ତା ବଢିବାରେ ଲାଗିଛି । ସ୍ଥାନୀୟ ଅଂଚଳରେ ପରିବା ଯଥେଷ୍ଟ ପରିମାଣରେ ଅମଳ ହେଉଥିବା ବେଳେ ଦର କମ୍ ରହୁଥିଲା । ବର୍ତମାନ ବାହାର ଜିଲ୍ଲା ଓ ବାହାର ରାଜ୍ୟରୁ ପରିବା କିଣି ବିକ୍ରି କରାଯାଉଛି । ଇନ୍ଧନ ମୂଲ୍ୟ ବଢିଯିବାରୁ ପରିବହନ ଖର୍ଚ୍ଚ ଅଧିକ ଲାଗୁଛି, ସେହି ଅନୁପାତରେ ପରିବା ଦର ବୃଦ୍ଧି ପାଇବାରେ ଲାଗିଛି । ଖାଉଟି ମାନେ କିଲେ ପରିବା ନେବା ଜାଗାରେ ଅଧାକିଲୋ ନେଇ ଯାଉଛନ୍ତି । ସ୍ଥାନୀୟ ଅଂଚଳରୁ ପରିବା ଅମଳ ହେଲେ ଦର କମିବ ବୋଲି ଜୈନିକ ପରିବା ବ୍ୟବସାୟୀ କହିଛନ୍ତି । ଆଜିର ଦିନରେ ହିଂଜିଳିକାଟୁ ବଜାରରେ ବାଇଗଣ କିଲୋ ପିଛା ୫୦ ରୁ ୫୫ ଟଙ୍କାରେ ବିକ୍ରି ହେଉଛି । ସ୍ଥାନୀୟ ଅଂଚଳରେ ବାଇଗଣ ଅମଳ ହେଉନଥିବା ଯୋଗୁଁ ବାହାର ରାଜ୍ୟ ଆନ୍ଧ୍ରପ୍ରଦେଶରୁ ଆସୁଛି ବାଇଗଣ । ଗୋଦାମ ମାଲିକ ୪୫ ରୁ ୫୦ ଟଙ୍କାରେ କଂଟା କରି ବେପାରୀକୁ ଦେଉଛି । ସେଥି ମଧ୍ୟରୁ ପୋକରା ଓ ପଚାସଢା ରହୁଛି, ସେଥିଲାଗି ବେପାରୀ ଖାଉଟିଙ୍କୁ କିଲୋ ପିଛା ୫୫ ରୁ ୬୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ସେହିପରି ଭେଣ୍ଡି ୩୦ ଟଙ୍କା, ଜହ୍ନି ୪୦ ଟଙ୍କା, ପୋଟଳ ୪୦ ଟଙ୍କା, ଭଣ୍ଡା ୨୫ ଟଙ୍କା, କାକୁଡ଼ି ୪୦ ଟଙ୍କା, ଫୁଲକୋବି ୬୦ ଟଙ୍କା, ବନ୍ଧାକୋବି ୩୫ ଟଙ୍କା, ମୁନିକା ୧୦୦ ଟଙ୍କା, କଂଚା ଲଙ୍କା ୧୫୦ ଟଙ୍କା ରହିଛି । ଏହି ମୂଲ୍ୟ ଶୁଣି ଖାଉଟିଙ୍କ ଚିନ୍ତା ବଢିବାରେ ଲାଗିଛି । ସ୍ଥାନୀୟ ଅଂଚଳରେ ପରିବା ଯଥେଷ୍ଟ ପରିମାଣରେ ଅମଳ ହେଉଥିବା ବେଳେ ଦର କମ୍ ରହୁଥିଲା । ବର୍ତମାନ ବାହାର ଜିଲ୍ଲା ଓ ବାହାର ରାଜ୍ୟରୁ ପରିବା କିଣି ବିକ୍ରି କରାଯାଉଛି । ଇନ୍ଧନ ମୂଲ୍ୟ ବଢିଯିବାରୁ ପରିବହନ ଖର୍ଚ୍ଚ ଅଧିକ ଲାଗୁଛି, ସେହି ଅନୁପାତରେ ପରିବା ଦର ବୃଦ୍ଧି ପାଇବାରେ ଲାଗିଛି । ଖାଉଟି ମାନେ କିଲେ ପରିବା ନେବା ଜାଗାରେ ଅଧାକିଲୋ ନେଇ ଯାଉଛନ୍ତି । ସ୍ଥାନୀୟ ଅଂଚଳରୁ ପରିବା ଅମଳ ହେଲେ ଦର କମିବ ବୋଲି ଜୈନିକ ପରିବା ବ୍ୟବସାୟୀ କହିଛନ୍ତି ।