ପରିବାର ଲୋକେ ତହସିଲଦାର ବାରଣ୍ଡା ରେ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ତୁମୁଡ଼ିବନ୍ଧ ତହସିଲ ଅନ୍ତର୍ଗତ ବେଲଘର ଠାରେ ଥିବା ଏକ ଜବର ଦଖଲ ଘରକୁ ଜେସିପି ଲଗାଇ ଉଚ୍ଛେଦ କରିଛନ୍ତି ତୁମୁଡିବନ୍ଧ ତହସିଲଦାର। ଏହାକୁ ନେଇ ଦେଖାଦେଇଛି ଏକ ଅଭାବନୀୟ ପରିସ୍ଥିତି। ଉଚ୍ଛେଦ ପରିବାର ସନ୍ତୋଷ ନାୟକ ନିଜ ସ୍ତ୍ରୀ ଓ ପୁଅ ଝିଅଙ୍କୁ ଧରି ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ରାତି ତମାମ ତହସିଲ କାର୍ଯ୍ୟଳୟ ସମ୍ମୁଖରେ ବସିରହିଥିଲେ ଓ ତହସିଲଦାର ମଧ୍ୟ ରାତି ତମାମ ସେମାନଙ୍କ ସହ ରହିଥିବା ଦେଖିବାକୁ ମିଳିଥିଲା ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଘଟଣା ରୁ ପ୍ରକାଶ ଯେ ବେଲଘର ଲ୍ୟାମ୍ପ ନିକଟରେ ସନ୍ତୋଷ ନାୟକ ଦୀର୍ଘ ଦିନ ହେଲା ରହି ଆସିଥିଲେ ବୋଲି ଦାବୀ କରୁଥିବା ବେଳେ ସ୍ଥାନୀୟ ଆର ଆଇ ଓ ତହସିଲଦାର ସେହି ସ୍ଥାନରୁ ହଟିବା ପାଇଁ ଲିଖିତ ପତ୍ର ଦେବା ସହ ଉକ୍ତ ସ୍ଥାନ ଲ୍ୟାମ୍ପ ର ବୋଲି କହିଥିଲେ ମଧ୍ୟ ସନ୍ତୋଷ ଶୁଣିନଥିଲେ। ଶେଷରେ ତହସିଲଦାର ବାଧ୍ୟ ହୋଇ ପୁଲିସ ଉପସ୍ଥିତି ରେ ଜେସିପି ଲଗାଇ ଉକ୍ତ ଘରକୁ ଭାଙ୍ଗି ଦେଇଥିଲେ। ଏହା ପରେ ପରିବାର ଲୋକ ଗରିବ ଶ୍ରେଣୀ ର ହେଇଥିବାରୁ ବେଲଘର ସରପଞ୍ଚ ଗୋବିନ୍ଦ ମାଝୀ ତହସିଲଦାର ଙ୍କ ନିକଟରେ ସେମାନଙ୍କୁ ସାହଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ ଏହା ପରେ ତହସିଲଦାର ବନ ବିହାରୀ ହରପାଲ ଉକ୍ତ ପରିବାରକୁ ବସୁନ୍ଧରା ଯୋଜନା ରେ ଜଗା ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଆଲୋଚନା ସମୟରେ ତହସିଲଦାର ଙ୍କ ସମେତ ବେଲଘର ଥାନା ଅଧିକାରୀ ଦୀପକ ରାଉତ, ସରପଞ୍ଚ ଗୋବିନ୍ଦ ମାଝୀ , ଆର ଆଇ, ସ୍ଥାନୀୟ ବୁଦ୍ଧିଜୀବୀ, ଓ ପରିବାର ଲୋକେ ଉପସ୍ଥିତ ଥିଲେ। ତହସିଲଦାର ଙ୍କ କଥା ରେ ରାଜି ହୋଇ ଉକ୍ତ ପରିବାର ନିଜ ଗ୍ରାମ ବେଲଘର କୁ ଫେରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ