ପରିବା ଅଟୋ ଧକ୍କା ରେ ମହିଳା ଗୁରୁତର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ନିକଟସ୍ତ ମହାନଳା ଛକ ଦିଗପହଣ୍ଡି _ ଆସ୍କା ମୂଖ୍ୟ ରାସ୍ତା ମଙ୍ଗଳବାର ଏକପରିବାଅଟୋ ଜଣେ ମହିଳା ଙ୍କୁ ଧକ୍କା ଦେବା ଫଳରେ ମହିଳା ଜଣଙ୍କ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁରୁତର ମହିଳା ଜଣକ ପାଟପୁର ରେଡ଼ି ସାହିର ଏ.ଅମୂଲ୍ୟ ରେଡ଼ି (୩୮) l ସୂଚନା ପ୍ରକାରେ ଏକ ଅଟୋ ବ୍ରହ୍ମପୁର ରୁ ନରସିଂହଗଡ଼ ଗ୍ରାମକୁ ଯାଉଥିବା ବେଳେ ମହାନଳା ଛକ ନିକଟରେ ମହିଳା ଜଣଙ୍କୁ ଧକା ଦେଇ ରାସ୍ତାର ଓଲଟି ପଡିଥିଲା ।ସ୍ଥାନୀୟ ଲୋକ ଙ୍କ ସହାୟତା ରେ ମହିଳା ଜଣଙ୍କୁ ଆମ୍ବୁଲେସ ଯୋଗେପ୍ରଥମେ ଦିଗପହଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ ପରେ ବ୍ରହ୍ମପୁର ଡାକ୍ତରଖାନା ପରେ କଟକ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।ଏନେଇ ପାଟପୁର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି।


