ପରିବା କାଟିଲେ ମଞ୍ଜରେକର

ମୁମ୍ବାଇ: କରୋନା ସଙ୍କଟ ପାଇଁ ଗୃହାବଦ୍ଧ ଥିବା ଭାରତୀୟ କ୍ରିକେଟ ଦଳର ପୂର୍ବତନ ସଦସ୍ୟ ତଥା ଲୋକପ୍ରିୟ ଭାଷ୍ୟକାର ସଞ୍ଜୟ ମଞ୍ଜରେକର ଏବେ ତେଲ ଲୁଣ ସଂସାର କଥା ବୁଝୁଛନ୍ତି । ଖାଲି ସମୟକୁ ସେ ବିଭିନ୍ନ ଘର କାମ କରି କଟାଉଛନ୍ତି । ସେହିଭଳି ପ୍ରଶଂସକଙ୍କୁ କିଛି ଉପାଦେୟ ପରାମର୍ଶ ଦେବାକୁମଧ୍ୟ ଭୁଲୁନାହାନ୍ତି । ରବିବାର ମଞ୍ଜରେକର ପ୍ରକାଶ କରିଥିବା ଏକ ଭିଡିଓ କିନ୍ତୁ କ୍ରିକେଟ ପ୍ରେମୀଙ୍କୁ ବେଶ ପସନ୍ଦ ଆସୁଛି । ଏହି ଭିଡିଓରେ ମଞ୍ଜରେକର ପ୍ରଶଂସକଙ୍କୁ ପରିବା କାଟିବା ଟିପ୍ସ ଦେଉଥିବା ଦେଖିବାକୁ ମିଳିଛି । ସେହିଭଳି ପରିବା କାଟଲା ବେଳେ ଛୁରୀକୁ କେମିତି ଧରିବାକୁ ହୁଏ, ସେ ବିଷୟ ମଞ୍ଜରେକର ବୁଝାଉଛନ୍ତି । ନିଜ ଟ୍ୱିଟର ଆକାଉଣ୍ଟରେ ପ୍ରକାଶ କରିଥିବା ଭିଡିଓ ତଳେ ସେ ଲେଖିଛନ୍ତି “ଜୀବନରେ ସବୁକିଛି ସଠିକ ହେବା ନିହାତି ଜରୁରୀ ।’ ମଞ୍ଜରେକର ଭାରତ ପକ୍ଷରୁ ୩୭ଟି ଟେଷ୍ଟ ଓ ୭୪ ଦିନିକିଆ ମ୍ୟାଚ ଖେଳିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ