ପରିବା ଦର ଆକାଶ ଛୁଆଁ; ଚିନ୍ତାରେ ସାଧାରଣ ଜନତା

କୋଦଳା, (ଗୁଲସନ କୁମାର କର):ଯେଉଁ ପରିବାରେ ହାତ ମାରିବ ତାହାର ଦର ୫୦ ଉପରେ। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ଓ କୋଦଳା ଅଞ୍ଚଳର ବଜାରରେ ହୁ ହୁ ହୋଇ ବଢ଼ିଚାଲିଛି ପରିବା ଦର । ସପ୍ତାହକ ମଧ୍ୟରେ ଅଧିକାଂଶ ପରିବା ଦର ୫୦ ଟପିଥିବାବେଳେ ଆଉ କେତେକ ପରିବା ୭୦ରେ ପହଂଚିଛି । ଲଗାଣ ବର୍ଷା ଯୋଗୁଁ ଏ ବର୍ଷ ପରିବା ଚାଷ ନଷ୍ଟ ହୋଇଥିବାରୁ ଏଭଳି ପରିସ୍ଥିତି ଉପୁଜୁଥିବା ବ୍ୟବସାୟୀମାନେ ମତ ଦେଇଛନ୍ତି । ପରିବା ଅଭାବ ହେତୁ ଦର ମଧ୍ୟ ବୃଦ୍ଧି ପାଉଥିବା ବ୍ୟବସାୟୀମାନେ ମତ ଦେଇଛନ୍ତି । ଆଗକୁ କାର୍ତ୍ତିକ ମାସ ଆସୁଥିବା ବେଳେ ଲୋକେ ଆମିଷ ଖାଇବା ବନ୍ଦ କରି ପରିବା ଉପରେ ନିର୍ଭର କରିଥାନ୍ତି। ବେଗୁନିଆପଡ଼ା ଓ କୋଦଳା ବଜାର ଉପରେ ଆଖ ପାଖ ଅଞ୍ଚଳର ପ୍ରାୟ ଶତାଧିକ ଗ୍ରାମ ପରିବା ପାଇଁ ନିର୍ଭର କରୁଥିବା ବେଳେ ଅନ୍ୟ ମାର୍କେଟ୍ ଅପେକ୍ଷା ଏଠାରେ କମ୍ ଦରରେ ପରିବା ମିଳେ । କିନ୍ତୁ ଏବେ ଏହି ମାର୍କେଟ୍‌ରେ ମଧ୍ୟ ଖସୁନି ଦର । ଯାହା ଗ୍ରାହକ ମୁହଁ ଫେରାଇ ନେଉଛନ୍ତି । ପୂର୍ବରୁ କିଲୋ ହିସାବରେ ପରିବା କିଣୁଥିବା ଗ୍ରାହକ ଏବେ ଅଧାକିଲୋ କିଣିବାକୁ ମଧ୍ୟ ଭୟ କରୁଛନ୍ତି । ଅନେକ ଗ୍ରାହକ ଅଧାକିଲୋ ବଦଳରେ ଅଢ଼େଇଶହ ଗ୍ରାମ୍ ନେଇ ଫେରୁଛନ୍ତି । ଆଳୁ କେଜି ୩୫, ପିଆଜ ୭୦ , ଟମାଟୋ କେଜି ୫୦ ଟଙ୍କା ରହିଥିବାବେଳେ ବିନ୍‌ସ ୮୦ ରେ ପହଂଚିଛି । ସେହିପରି କାକୁଡ଼ି ୫୦, କଲରା ୬୦, ଭେଣ୍ଡି ୫୦, ପୋଟଳ ୬୦, ଫୁଲ କୋବି ଗୋଟା ୪୦ରୁ ୫୦, ବାଇଗଣ ୫୦ ରହିଛି । ଆଗରୁ ଯେଉଁ ମାତ୍ରାରେ ପରିବା ଆସୁଥିଲା ସେହି ମାତ୍ରାରେ ଆସିବା ସମ୍ଭବ ହେଉନି ସଥେିପାଇଁ ପରିବା ଦର ବଢୁଛି । ଏହାସହ ବିଭିନ୍ନ ଖୁଚୁରା ବ୍ୟବସାୟୀଙ୍କୁ ମଧ୍ୟ ଏଥିପାଇଁ କ୍ଷତି ସହିବାକୁ ପଡ଼ୁଛି । ପ୍ରତିଦିନ ଯେଉଁ ପରିମାଣରେ ପରିବା ରିଟେଲରଙ୍କ ପାଖରୁ ଆଣିଥାନ୍ତି ଦର ବୃଦ୍ଧି ହେତୁ ଗ୍ରାହକମାନେ କମ୍ ପରିବା କିଣୁଥିବାରୁ ଯେଉଁ ପରିବା ବଂଚିଯାଏ ତାହା ପରଦିନକୁ ନଷ୍ଟ ହୋଇଯାଉଛି ବ୍ୟବସାୟୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ