ପରିବେଶବୀତ କାଶୀନାଥ ରାଉତରାୟ ସମ୍ବର୍ଦ୍ଧିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ୩୪ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ପରିବେଶବୀତ କାଶୀନାଥ ରାଉତରାୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି । ଏହି ଉପଲକ୍ଷେ ପୁରୀ ସହରସ୍ଥିତ ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ସାରସ୍ୱତ ସମାବେଶରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାଚୀନ ସାହିତ୍ୟ ଓ ବର୍ତ୍ତମାନର ସାହିତ୍ୟ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ବିଶିଷ୍ଟ ପରିବେଶବୀତ ତଥା ମହାକାଳପଡା ବିକାଶ ମଞ୍ଚର ସଭାପତି କାଶୀନାଥ ରାଉତରାୟଙ୍କୁ ପରିବେଶ କ୍ଷେତ୍ରରେ ବିଶେଷ ଅବଦାନ ନିମନ୍ତେ ସଂସଦ ପକ୍ଷରୁ ସମ୍ବର୍ଦ୍ଧିତ କରିଥିଲେ । ସମ୍ପାଦକ ହେମନ୍ତ ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅପର୍ତ୍ତି ଚରଣ ସେଠି ଧନ୍ୟବାଦ ଅର୍ପଣ କରିଥିଲେ । ଇନ୍ଦୁପୁର ପାୟଲ ମ୍ୟୁଜିକ ସ୍କୁଲର ଶିଳ୍ପୀମାନେ ଜାତୀୟ ସଂଗୀତ ପରିବେଷଣ କରିଥିଲେ ।