ପରିବେଶର ସୁରକ୍ଷା ପାଇଁ ବାହାରିଲେ ନରେଶ

ବ୍ରହ୍ମପୁର-(ଦିପ୍ତି): ଦିନକୁ ଦିନ ଦୁଷିତ ହେବାରେ ଲାଗିଛି ପରିବେଶ । ଏହା ସହିତ ବଢୁଚାଲିଛି ବାୟୁ ପ୍ରଦୁଷଣ । ବିଷବଳୟରେ ପରିଣତ ହେଲାଣି ସାରାବିଶ୍ୱ । ଗୀଷ୍ମଦିନରେ ଅସହ୍ୟତାତିରୁ ନିସ୍ତାର ମିଳୁନାହିଁ । ହୁହୁ ହୋଇ ବଢିଚାଲୁଥୁବା ଜନସଂଖ୍ୟା, ଏହା ସହ କଳକାରଖାନାରୁ ନିର୍ଗତ ବିଷାକ୍ତ ଗ୍ୟାସ ପ୍ରଭାବରେ ବାୟୁମଣ୍ଡଳ ଦୁଷିତ ହେଉଛି । ଏହା ଏବେ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଶୁଦ୍ଧ ବାୟୁ ଟିକିଏ ମିଳିବା ବହୁତ କଷ୍ଟ । ଆଉ କିଛି ଦିନପରେ ରାଜଧାନୀ ଦିଲ୍ଲୀ ଭଳି ପରିସ୍ଥିତି ଆମକୁ ସାମ୍ନା କରିବାକୁ ପଡିବ ଏଥିରେ କିଛି ସଂନ୍ଦେହ ନାହିଁ । ଆମ ପରିବେଶ ଆମ ହାତରେ ବୋଲି ଆଜିର ଯୁବପିଢି ଉଣାଅଧିକେ ଅନୁଭବ କଲେଣି । କିଭଳି ଭାବେ ଆମ ପରିବେଶକୁ ରକ୍ଷା କରାଯାଇପାରିବା ଏହାକୁ ନେଇ ସମସ୍ତେ ଚିନ୍ତିତ । ବୃକ୍ଷରୋପଣ ଠାରୁ ଆରମ୍ଭ କରି ସରକାରୀ ଓ ବେସରକାରୀ ସ୍ତରରେ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ଏହାର ଗୁରୁତ୍ୱକୁ ବିଚାରକରି ଜନସାଧାରଣଙ୍କୁ ସଚେତନତା କରିବା ସହ ସ୍ୱଚ୍ଛ ଓ ସୁନ୍ଦର ପରିବେଶ ଗଠନ କରିବା ନିମନ୍ତେ ସ୍ୱେଚ୍ଛାସେବୀ ଇଂ.ଅମରେଶ ନରେଶ ସାମନ୍ତ ପାରାଦୀପରୁ ଯାତ୍ରା ଆରମ୍ଭ କରି ସୋମବାର ରେଶମ ସହର ବ୍ରହ୍ମପୁରରେ ପହଞ୍ଚିଛନ୍ତି । ସେଠାରେ ତାଙ୍କୁ ବ୍ରହ୍ମପୁର ସବୁଜ ବାହିନୀ ଓ ଆଞ୍ଚଳିକ ବିକାଶ ପରିଷଦର ସଦସ୍ୟମାନେ ସ୍ୱାଗତ କରିବା ସହ ମିଳିତ ସହଯୋଗରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ବ୍ରହ୍ମପୁର ଷ୍ଟାଡିୟମରେ । ଏହି କାର‌୍ୟ୍ୟକ୍ରମରେ ଇକୋ କ୍ଲବର ଜିଲ୍ଲା ସଂଯୋଜକ ଡ. ଶଙ୍କର ନାରାୟଣ ବେଜ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକ ଯୋଗ ଦେଇ ନରେଶଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟିମ କ୍ଲିନ୍ ସିଟିର ଜଗନ ମୋହନ ମହାପାତ୍ର, ଶକ୍ତିଧର ରାଜଗୁରୁ ସମେତ ଅଞ୍ଚଳର ବହୁ ପରିବେଶ ପ୍ରେମୀ ଯୋଗଦେଇ ପରିବେଶର ଗୁରୁତ୍ୱ ସଂମ୍ପର୍କରେ ଆଲେକପାତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ